Friday , October 29 2021
Home / ତାଜା ଖବର / ସର୍ପ ଦଂଶନରେ ଚାଷୀ ମୃତ

ସର୍ପ ଦଂଶନରେ ଚାଷୀ ମୃତ

ଗରଦପୁର,୧୮/୦୮/୨୦୧୯(ଓଡ଼ିଶା ସମାଚାର)-ବିଲକୁ ଧାନ ରୋଇବା ପାଇଁ ଯାଇଥିବା ଜଣେ ଚାଷୀ ଆଜି ସର୍ପ ଦଂଶନରେ ମୃତ୍ୟୁ ଘଟିଥିବାର ଜଣାଯାଇଛି । ପ୍ରକାଶ ଯେ,ପାଟକୁରା ଥାନା ଅନ୍ତର୍ଗତ ଗରଦପୁର ପଂଚାୟତର ବରହମପୁର ଗ୍ରାମର ଦୈତାରୀ ରାଉତ(୭୫)ଆଜି ଜମିକୁ ଧାନ ତଳି ରୋଇବା ପାଇଁ ଯାଇଥିଲେ । ଧାନ ତଳି ମଧ୍ୟରେ ଏକ ବିଷଧର ସର୍ପ ଲୁଚି ରହିଥିଲା । ଦୈତାରୀ ଧାନ ତଳି ରୋଇବା ସମୟରେ ଲୁଚି ରହିଥିବା ବିଷଧର ସର୍ପ ଦୈତାରୀକୁ ଦଂଶନ କରିଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକମାନେ ଦୈତାରିକୁ ଚିକିତ୍ସା ପାଇଁ ପାଟକୁରା ମେଡିକାଲକୁ ଆଣିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସା ପାଇଁ ଦୈତାରୀଙ୍କୁ କେନ୍ଦ୍ରାପଡା ମେଡିକାଲକୁ ନିଆଯାଇଥିଲା । ସମସ୍ତ ଚେଷ୍ଟ ସତ୍ୱେ ଦୈତାରୀ ସେଠାରେ ମୃତ୍ୟୁବରଣ କରିଛନ୍ତି । କେନ୍ଦ୍ରାପଡା ମେଡିକାଲରେ ଦୈତାରୀଙ୍କ ଶବ ବ୍ୟବଛେଦ କରାଯାଇଥିବାର ଜଣାଯାଇଛି । ଏହ÷ି ଘଟଣା ସ୍ଥାନୀୟ ଅଂଚଳରେ ଶୋକ ପ୍ରକାଶ ପାଇଛି । ଓଡ଼ିଶା ସମାଚାର

About admin

Check Also

ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ମୃତ

କଲାହାଣ୍ଡି ୨୮/୧୦/ ୨୦୨୧ (ଓଡିଶା ସମାଚର /ସଂଜୟ ସିଂହ) – କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖଲିଆକାନି ପଞ୍ଚାୟତ …

Leave a Reply

Your email address will not be published. Required fields are marked *