Monday , October 18 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ପାଇକା ନଦୀରେ ବୁଡ଼ି ୨ ଯୁବତୀ ମୃତ, ଜଣେ ଉଦ୍ଧାର

ସଂକ୍ଷେପରେ ତାଜା ଖବର : ପାଇକା ନଦୀରେ ବୁଡ଼ି ୨ ଯୁବତୀ ମୃତ, ଜଣେ ଉଦ୍ଧାର

କଟକ, ୧୮/୦୮/୨୦୧୯(ଓଡ଼ିଶା ସମାଚାର)- କଟକ ଜିଲା ଅଧିନସ୍ଥ କିଶନନଗର ଥାନା ଓ ମାହାଳହାଟ ଫାଣ୍ଡି ତଥା ବାବୁଜଙ୍ଗ ପଂଚାୟତ ଅନ୍ତର୍ଗତ ସଫିପୁର ଗ୍ରାମର ଦୁଇ ଜଣ ଯୁବତୀ ପାଇକା ନଦୀରେ ବୁଡ଼ିଯାଇ ମୃତ୍ୟୁ ବରଣ କରିଥିବାବେଳେ ଅନ୍ୟଜଣେ ଯୁବତୀ ଉଦ୍ଧାର ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଆଜି ଖୁଦୁରୁକୁଣୀ ପୂଜା ପାଇଁ ସଫିପୁର ଗ୍ରାମର ଧିରେନ୍ଦ୍ର ଦାସ ଙ୍କ ଝିଅ ସୁଜାତା ଦାସ, ପ୍ରଦୀପ ଦାସଙ୍କ ଝିଅ ସୁମନ ଦାସ ଓ ନୃସିଂହ ଦାସ ଙ୍କ ଝିଅ ସୁନିତା ଦାସ ୩ ଜଣ ଯୁବତୀ ପାଇକା ନଦୀ ସେପଟକୁ ନଦୀରେ ପସି ଫୁଲ ତୋଳିବା ପାଇଁ ଯାଇଥିଲେ । ଫୁଲ ତୋଳିସାରି ଘରକୁ ଫେରିବାବେଳେ ନଦୀରେ ବୁଡ଼ଯାଇ ସୁଜାତା ଓ ସୁମନ ଙ୍କର ମୃତ୍ୟୁ ହୋଇଥିବାବେଳେ ସୁନିତା ଉଦ୍ଧାର ହୋଇଛନ୍ତି । ୩ ଯୁବତୀଙ୍କୁ ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି । ଦୁଇ ମୃତ ଯୁବତୀଙ୍କର ଶବ ବ୍ୟବଛେଦ ପାଇଁ ପଠାଯିବ । ଓଡ଼ିଶା ସମାଚାର

About admin

Check Also

ବେଗୁନିଆରେ ଦିନ ଦ୍ୱିପ୍ରହରରେ ଗୁଳି ଗୁଳିକାଣ୍ଡ – ଜଣେ ଗୁରୁତର ଆହତ

ଖୋର୍ଦ୍ଧା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ପାରିବାରିକ ଗଣ୍ଡଗୋଳରୁ ଦିନ ଦ୍ୱିପ୍ରହରରେ ଗୁଳି ଗୁଳିକାଣ୍ଡ ଘଟିଛି। ଗୁଳିମାଡରେ ବିଭୂତି …

Leave a Reply

Your email address will not be published. Required fields are marked *