Wednesday , January 19 2022
Breaking News
Home / ତାଜା ଖବର / ଦୁଇ ଲୁଟିଆ ଗିରଫ,ମୋବାଇଲ ଓ ଟଙ୍କା ଜବତ

ଦୁଇ ଲୁଟିଆ ଗିରଫ,ମୋବାଇଲ ଓ ଟଙ୍କା ଜବତ

କଟକ,୧୮/୦୮/୨୦୧୯(ଓଡ଼ିଶା ସମାଚାର)- କ୍ୟାନଟନମେଂଟ ଥାନା ପୋଲିସ ଶନିବାର ଦୁଇ ଜଣ ଲୁଟିଆଙ୍କୁ ଗିରଫ କରିବା ସହ ମୋବାଇଲ ଓ ଟଙ୍କା ଜବତ କରିଛି । ଦୁଇ ଅଭିଯୁକ୍ତ ହେଉଛନ୍ତି ଆଲମଚାନ୍ଦ ବଜାର ର ସୟଦ ରସାଦ ଓ ଦିୱାନବଜାରର ସାଦିକ ରହେମାନ । ସେମାନଙ୍କ ନିକଟରୁ ନଗଦ ୪ ହଜାର ଟଙ୍କା,ବାଇକ୍ ଓ ୬ ଟି ମୋବାଇଲ ଫୋନ ଜବତ କରାଯାଇଛି । ଗତ କିଛି ଦିନ ତଳେ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଂଚଳର ସସ୍ମିତା ଦାସ ମହାନଦୀ ରିଂ ବନ୍ଧ ଦେଇ ଯାଉଥିବାବେଳେ ୨ ଜଣ ଯୁବକ ଏକ ବାଇକ ରେ ଆସି ତାଙ୍କୁ ଅଟଳାଇ ତାଙ୍କ ସୁନା ହାର ଲୁଟିନେଇଥିଲେ । ସସ୍ମିତା ଏ ସମ୍ପର୍କରେ କ୍ୟାନଟନମେଂଟ ଥାନାରେ ଏତଲା ଦେଇଥିଲେ । ଏହାକୁ ଆଧାର କରି ଇନ୍ସପେକ୍ଟର ଇମନ କଲ୍ୟାଣ ନାୟକ ଏହାର ତଦନ୍ତ କରୁଥିଲେ । ଏହି ଲୁଟିଆଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଥିଲେ । କ୍ୟାନଟନମେଂଟ ଓ ମଙ୍ଗଳାବାଗ ଥାନାରେ ଏମାନଙ୍କ ନାମରେ ଏକାଧିକ ମାମଲା ରହିଛି । ଏହି ଗ୍ୟାଙ୍ଗ ର ଅନ୍ୟମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି । ଓଡ଼ିଶା ସମାଚାର

About admin

Check Also

ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା : ଜଣେ ଗୁରୁତର ଆହତ

ବାଲିଗୁଡା,୧୬/୦୧/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଦଣ୍ଡପଦର ଠାରେ ରବିବାର ସନ୍ଧ୍ୟାରେ ଦୁଇ  ବାଇକ୍ ମୁହାଁ ମୁହିଁ …

Leave a Reply

Your email address will not be published. Required fields are marked *