ସାଲେପୁର,୧୮/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା): ସାଲେପୁର ଥାନା ଅଧିନ ରାମେଶ୍ୱର ଠାରେ ଥିବା ୨ଏ ଶାଖା କେନାଲରେ ଏକ ଅଜଣା ଯୁବକର ଶବ ଭାସୁଥିବା ଆଜି ଦେଖିବାକୁ ମିଳିଥିଲା । ଶବ କାହାର କିପରି କେନାଲକୁ ଆସିଲା ତାହା ସ୍ଥାନୀୟ ଅଞ୍ଚଳରେ ସନ୍ଦେହ ସୃଷ୍ଟି କରିଛି । ଯୁବକକୁ କିଏ ହତ୍ୟା କରିଛି ନା ପାଣିରେ ବୁଡ଼ିଯାଇ ମୃତ୍ୟୁ ହୋଇଯାଇଛି ତାହାର ସଠିକ୍ ତଥ୍ୟ ମିଳିନାହିଁ । ତେବେ ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଂଚିି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କୁହାଯାଉଛି । ଓଡ଼ିଶା ସମାଚାର
