କଳାହାଣ୍ଡି , ୧୮/୦୮/୨୦୧୯(ଓଡ଼ିଶା ସମାଚାର / ସଂଜୟ ସିଂହ)- କଳାହାଣ୍ଡି ଜିଲ୍ଲାରେ ଗତ ତିନି ଦିନ ଧରି ଲଗାଣ ବର୍ଷାରେ କର୍ଲାମୁଣ୍ଡା ବ୍ଳକରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବହୁସ୍ଥାନରେ ରାସ୍ତା ଧୋଇହୋଇ ଯାଇଥିବାବେଲେ କେଉଁଠି ଚାଷଜମି ବାଲିଚର ହୋଇଛି । ଅନେକ ଘର ଧରାଶାୟୀ ହୋଇଯାଇଛି । ବର୍ତମାନ ବର୍ଷା କମିଯାଇଥିବାବେଲେ କଚାଘରମାନ ପୁଣି ଭୁସୁଡି ଥିବା ଦେଖା ଦେଇଛି । ଆଜି କଳାହାଣ୍ଡି ସାଂସଦ ତଥା ବିଜେପି ରାଜ୍ୟ ସଭାପତି ଶ୍ରୀବସନ୍ତ ପଣ୍ଡା କର୍ଲାମୁଣ୍ଡା ବ୍ଳକର ପ୍ରତ୍ୟେକ ପଂଚାୟତ ପରିଦର୍ଶନ କରିଥିଲେ ଓ ପରେ କର୍ଲାମୁଣ୍ଡା ପଂଚାୟତ ସମିତି ବୈଠକ ଗୃହ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ବୈଠଳରେ ସାଂସଦ ବସନ୍ତ ପଣ୍ଡା, ପଂଚାୟତ ସମିତି ଅଧ୍ୟକ୍ଷା ଅମ୍ରିତା ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, ଜିଲ୍ଲା ପରିଷଦ ସଦସ୍ୟା ପୁଷ୍ପକାନ୍ତି କୁମାର, ପ୍ରଭାତୀ ଭୋଇ, କର୍ଲାମୁଣ୍ଡା ବିଡିଓ ପ୍ରିୟଦର୍ଶନୀ ମିର୍ଧା ଓ କର୍ଲାମୁଣ୍ଡା ତହସିଲଦାର ସର୍ବେଶ୍ୱର ଜାଲ ଯୋଗ ଦେଇଥିଲେ । ଶ୍ରୀ ପଣ୍ଡା ବନ୍ୟା ବିପନ୍ନ ପରିବାରକୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ପ୍ରଶାସନକୁ ନିଦ୍ଦେଶ ଦେଇଥିଲେ । ସାଂସଦଙ୍କ ସହ ମଣ୍ଡଳ ସଭାପତି ଚିତ୍ର ସାହୁ, ବଲ୍ଲଭ ସାହୁ, ଶରତ ସାହୁ, ନବିନ କିଶୋର ସାହୁ, ଦୟା ସାହୁ ପଦ୍ମାବତୀ ତ୍ରିପାଠୀ, ଅବନୀ ସାହୁ, ଟିକେଧର ରଣା, ଗଣେଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
