Sunday , September 25 2022
Home / ବିଶେଷ / ହୀରାକୁଦ ଜଳଭଣ୍ଡାର ର ଆଉ ୫ ଟି ଗେଟ ବନ୍ଦ ହେଲା

ହୀରାକୁଦ ଜଳଭଣ୍ଡାର ର ଆଉ ୫ ଟି ଗେଟ ବନ୍ଦ ହେଲା

ସମ୍ବଲପୁର, ୧୭/୦୮/୨୦୧୯(ଓଡ଼ିଶା ସମାଚାର)- ହୀରାକୁଦ ଜଳଭଣ୍ଡାର ର ଆଉ ୫ ଟି ଗେଟ ବନ୍ଦ ହେଲା । ଗୁରୁବାର ଗୋଟିଏ ଦିନରେ ୨୦ ଟି ଗେଟ ଖୋଲାଯାଇଥିଲା । ଶୁକ୍ରବାର ପର୍ଯ୍ୟାୟକ୍ରମେ ୧୦ ଟି ଗେଟ ବନ୍ଦ କରାଯାଇ ୧୦ ଟି ଗେଟ ରେ ଜଳ ନିସ୍କାସନ କରାଯାଉଥିଲା । ତେବେ ଆଜି ପୁଣି ୫ ଟି ଗେଟ ବନ୍ଦ କରାଯାଇଛି । ବର୍ତମାନ ମାତ୍ର ୫ ଟି ଗେଟ ରେ ଜଳ ନିସ୍କାସନ ହେଉଛି । ଆବଶ୍ୟକ ପଡ଼ିଲେ ସେ ୫ ଟି ଗେଟ ମଧ୍ୟ ବନ୍ଦ କରାଯିବ ବୋଲି ଜଳସମ୍ପଦ ସଚିବ କହିଛନ୍ତି । ବର୍ତମାନ ହୀରାକୁଦ ଜଳଭଣ୍ଡାରରେ ୬୨୦.୦୪ ଫୁଟ ଜଳ ରହିଛି । ବର୍ଷା ସେମିତି ନାହିଁ ତେଣୁ ଆଉ ବନ୍ୟା ପରିସ୍ଥିତି ଦେଖାଦେବ ନାହିଁ ବୋଲି ବୋଲି ଅନୁମାନ କରାଯାଉଛି । ଓଡ଼଼ିଶା ସମାଚାର

Leave a Reply

Your email address will not be published.