Friday , October 22 2021
Breaking News
Home / ବିଶେଷ / ସ୍ୱାଧିନତା ଦିବସରେ ରାଜନେତା ଓ ପ୍ରଶାସନ  ଭୁଲିଗଲେ ମଧୁବାବୁଙ୍କୁ

ସ୍ୱାଧିନତା ଦିବସରେ ରାଜନେତା ଓ ପ୍ରଶାସନ  ଭୁଲିଗଲେ ମଧୁବାବୁଙ୍କୁ

                   ଚା’ ଦୋକାନୀ ପକାଇଲା ମଧୁବାବୁଙ୍କ ପ୍ରତିମୂର୍ତୀରେ ଫୁଲମାଳ

ସାଲେପୁର,୧୭/୦୮/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା): ସ୍ୱାଧିନା ଦିବସ ଉତ୍ସବ ପାଳନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ଭାବେ କାର୍ଯ୍ୟକ୍ରମମାନ ହେଉଥିବା ବେଳେ ସାଲେପୁରରେ ପୂଜ୍ୟ ପୂଜାର ବ୍ୟତିକ୍ରମ ଦେଖାଦେଇଛି । ଗତକାଲି ସ୍ୱାଧିନତା ଦିବସ ସାଲେପୁରରେ ଧୁମ୍ ଧାମରେ ପାଳନ କରାଯାଉଥିବା ବେଳେ ସାଲେପୁର ବଜାରର କୁଆଁପାଳ ଛକରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତିରେ ଫୁଲମାଳଟିଏ ପଡ଼ିନଥିଲା । ସାଲେପୁରକୁ ମଧୁମାଟି ବୋଲି ତମାମ୍ ଦେଶରେ ମଧୁମାଟିର ଲୋକମାନେ ଗର୍ବ କରୁଥିବା ଓ ମଧୁବାବୁ ଓଡ଼ିଆ ଜାତିର ଗୈାରବ ହୋଇଥିବା ବେଳେ ସ୍ୱାଧିନତା ଦିବସରେ ଏଭଳି ଘଟଣା ମଧୁପ୍ରେମୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ  ପାଇଛି । ତେବେ ଏହି ପ୍ରତିମୂର୍ତି ନିକଟରେ ଚା’ ଦୋକାନ କରିଥିବା ଜନୈକ ଯୁବକ ମଧୁବାକୁଙ୍କ ପ୍ରତିମୂର୍ତିକୁ ପାଣିରେ ଧୋଇ ପ୍ରତିମୂର୍ତିରେ ଫୁଲମାଳ ପକାଇବା ଘଟଣା ସ୍ଥାନୀୟ ଅଂଚଳବାସୀ ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *