ଓଡ଼ିଶାରେ ଗ୍ରହଣଖଣ୍ଡିଆ ସହିତ ଜନ୍ମିତ ପିଲା ଏବଂ ସେମାନଙ୍କ ହସିବାର ଅଧିକାର ପାଇଁ ସ୍ମାଇଲ୍ ଟର୍ଚ୍ଚ ଗୁରୁତ୍ୱ ଦେଉଛି
ଭୁବନେଶ୍ୱର,୧୭/୦୮/୨୦୧୯(ଓଡ଼ିଶା ସମାଚାର)-ଗ୍ରହଣଖଣ୍ଡିଆ ରୋଗର ନିଦାନ ପାଇଁ କାମ କରୁଥିବା ଅନ୍ତର୍ଜାତୀୟ ଦାତବ୍ୟ ଅନୁଷ୍ଠାନ ସ୍ମାଇଲ୍ ଟ୍ରେନ୍ ଇଣ୍ଡିଆ ଏବଂ ଭୁବନେଶ୍ୱରରେ ଏହାର ସହଯୋଗୀ ହସ୍ପିଟାଲ୍ ସମୂହ, କଟକର ସହଯୋଗୀ ଅଶ୍ୱିନୀ ହସ୍ପିଟାଲ (କଟକ ହସ୍ପିଟାଲ୍ ପ୍ରା. ଲିଃର ଏକ ୟୁନିଟି), ଶଶିଭୂଷଣ ମେମୋରିଆଲ ହସ୍ପିଟାଲ ପ୍ରା. ଲିଃ, ଏୟୁଏମ୍ ହସ୍ପିଟାଲ୍ ବାଲେଶ୍ୱର, ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ୍ ସାଇନ୍ସ (ଏମ୍ସ) ଏବଂ କଳିଙ୍ଗ ହସ୍ପିଟାଲ ଲିଃ ଓଡ଼ିଶାର ଭୁବନେଶ୍ୱରରେ ସ୍ମାଇଲ୍ ଟର୍ଚ୍ଚକୁ ସ୍ୱାଗତ କରିଛନ୍ତି । ଭୁବନେଶ୍ୱରର ହସ୍ପିଟାଲ୍ ସମେତ ଟିଆର୍ଏଲ୍ କ୍ରୋସାକି ହସ୍ପିଟାଲ୍, ବେଲପାହାଡ଼ ମଧ୍ୟ ସ୍ମାଇଲ୍ ଟର୍ଚ୍ଚକୁ ସ୍ୱାଗତ କରିବାକୁ ଆଗେଇ ଆସିଛନ୍ତି ।
ଗ୍ରହଣଖଣ୍ଡିଆ ରୋଗ ଏବଂ ଏହାର ଚିକିତ୍ସା ପାଇଁ ନୂଆ ଧାରାରେ ସଚେତନତା ସୃଷ୍ଟି କରୁଥିବା ଏକ ଅନନ୍ୟ, ଜାତୀୟ ଉପକ୍ରମ ହେଉଛି ସ୍ମାଇଲ୍ ଟର୍ଚ୍ଚ । ୨୦୧୯ ଫେବ୍ରୁଆରୀ ୮ ତାରିଖରେ ଜାତୀୟ ଗ୍ରହଣଖଣ୍ଡିଆ ଦିବସରେ ବାରାଣସୀରେ ସ୍ମାଇଲ୍ ଟର୍ଚ୍ଚର ଶୁଭାରମ୍ଭ କରାଯାଇଛି ଏବଂ ଗ୍ରହଣଖଣ୍ଡିଆ ସହ ଜନ୍ମିତ ଶିଶୁ ସମ୍ମୁଖିନ ହେଉଥିବା ଆହ୍ୱାନ ସମ୍ପର୍କରେ ଜନଗୋଷ୍ଠୀଙ୍କୁ ସଚେତନତା କରାଇବାକୁ ଭାରତ ବ୍ୟାପୀ ଭ୍ରମଣ କରୁଛି ।
ଏହି ଉପକ୍ରମ ସମ୍ପର୍କରେ ସ୍ମାଇଲ୍ ଟ୍ରେନ୍ ଇଣ୍ଡିଆର ବରିଷ୍ଠ ନିର୍ଦେଶକ (ପ୍ରୋଗ୍ରାମ୍ସ) ଲୀଳା ଇମାନ କହିଲେ, ‘ସୁଲଭ ମୂଲ୍ୟ ସହ ଉପଲବ୍ôଧ ଗ୍ରହଣଖଣ୍ଡିଆର ଚିକିତ୍ସା କ୍ଷେତ୍ରରେ ବଡ଼ ଆହ୍ୱାନ । ସାରା ବିଶ୍ୱରେ ଅନେକ ଶିଶୁ ଓଠ ଏବଂ ତାଳୁରେ ଗ୍ରହଣ ଖଣ୍ଡିଆ ସହିତ ବଂଚିଛନ୍ତି, ଯେଉଁମାନଙ୍କୁ କି ସହାୟତାର ଆବଶ୍ୟକତା ରହିଛି । କିନ୍ତୁ ଆର୍ଥିକ ପ୍ରତିବନ୍ଧକ ଏବଂ ଏହି ସ୍ଥିତି ସମ୍ପର୍କରେ ସଚେତନତାର ଅଭାବରୁ ସେମାନେ ସମୟାନୁଯାୟୀ ସେବା ଯତ୍ନ ପାଇପାରନ୍ତି ନାହିଁ । ଗ୍ରହଣଖଣ୍ଡିଆ ସହ ବଂଚିଥିବା ପିଲାମାନେ ହସିବାର ଅଧିକାର ଏବଂ ଆମର ସହାୟତା ପାଇବାର ହକ୍ ସମ୍ପର୍କରେ ସ୍ମାଇଲ୍ ଟର୍ଚ୍ଚ ଜନଗୋଷ୍ଠୀକୁ ସ୍ମରଣ ଓ ସଚେତନ କରାଇଥାଏ । କେବଳ ଏକାଠି ହୋଇ ଆମେ ଏହିଭଳି ପିଲାମାନଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସମ୍ପୂର୍ଣ୍ଣ ଏକାଠି କରାଇ ପାରିବା ।’
ସ୍ମାଇଲ୍ ଟର୍ଚ୍ଚ ଉପକ୍ରମର ଅଂଶ ସ୍ୱରୂପ, ସ୍ମାଇଲ୍ ଟ୍ରେନ୍ ଇଣ୍ଡିଆ ଏବଂ ସହଯୋଗୀ ହସ୍ପିଟାଲ୍ ସମୂହ ଗ୍ରହଣଖଣ୍ଡିଆ ସହ ଜନ୍ମିତ ଶିଶୁମାନଙ୍କ ପାଇଁ ସଚେତନତା ସୃଷ୍ଟି ତଥା ସହାୟତା ସକାଶେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ଗ୍ରହଣଖଣ୍ଡିଆ ରୋଗୀଙ୍କ ଦ୍ୱାରା ସ୍କିଟ୍, ମ୍ୟାଜିକ୍ ଶୋ’ ଏବଂ ଆଦିବାସୀ ସ୍କୁଲରେ କାର୍ଯ୍ୟକ୍ରମ ଏଥିରେ ଅନ୍ତର୍ଭୁକ୍ତ । ଏଥିସହିତ, ସ୍ମାଇଲ୍ ଟ୍ରେନ୍ ଟିମ୍, ସହଯୋଗୀ ଡାକ୍ତରମାନେ, ଗ୍ରହଣଖଣ୍ଡିଆ ପିଲା ଏବଂ ସେମାନଙ୍କର ପରିବାର ସଦସ୍ୟ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ତାଙ୍କ ଅଫିସ ରେ ସାକ୍ଷାତ କରିଥିଲେ । ସେ ସ୍ମାଇଲ୍ ଟର୍ଚ୍ଚକୁ ପ୍ରଜ୍ଜ୍ୱଳନ କରିବା ସହ ପିଲା ଓ ଡାକ୍ତରମାନଙ୍କୁ ଉତ୍ସାହିତ କରିଥିଲେ ।
ଗ୍ରହଣଖଣ୍ଡିଆ ବିଷୟରେ ସ୍ମାଇଲ୍ ଟ୍ରେନ୍ ସହଯୋଗୀ ହସ୍ପିଟାଲ୍ ସମୂହର ମତ ଅନୁଯାୟୀ, ଗ୍ରହଣଖଣ୍ଡିଆ ସାଧାରଣ ଜନ୍ମଗତ ବ୍ୟତିକ୍ରମ ମଧ୍ୟରୁ ଗୋଟିଏ କିନ୍ତୁ ଏହାର ପରିଣାମ ବ୍ୟାପକ । ଓଠ ଏବଂ ତାଳୁରେ ଗ୍ରହଣଖଣ୍ଡିଆ ସହିତ ଜନ୍ମିତ ପିଲାମାନେ ସେମାନଙ୍କ ରୂପ ଯୋଗୁଁ ହିନସ୍ତା ଭୋଗିଥାଆନ୍ତି । ତେବେ ସେମାନେ ଖାଇବା, ଶ୍ୱାସକ୍ରିୟା ଏବଂ କଥାବାର୍ତା କରିବାରେ ଅଧିକ କଷ୍ଟ ଅନୁଭବ କରନ୍ତି । ସେମାନଙ୍କ ମଧ୍ୟରୁ ଅନେକ ସ୍କୁଲକୁ ଯାଆନ୍ତି ନାହିଁ କି ଚାକିରି ପାଇପାରନ୍ତି ନାହିଁ । ତ୍ୱରିତ କାର୍ଯ୍ୟନୁଷ୍ଠାନ ଏହି ପିଲାମାନଙ୍କୁ ସାଧାରଣ ଜୀବନ ଜୀଇଁବା, ଭଲ ଶିକ୍ଷା ହାସଲ କରିବା, ଏକ ବୃତିରେ ଅଧ୍ୟୟନ କରିବା ଏବଂ ସମାଜରେ ଜଣେ ଉପଯୋଗୀ ସଦସ୍ୟ ହେବାରେ ସହାୟକ ହୋଇଥାଏ । ଗ୍ରହଣଖଣ୍ଡିଆ ସର୍ଜରୀ ନିରାପଦ ଏବଂ ଏହା ଦ୍ୱାରା ପରିବର୍ତନ ତ୍ୱରିତ ହୋଇଥାଏ ।’
ସ୍ମାଇଲ୍ ଟ୍ରେନ୍ ଇଣ୍ଡିଆ ଭୁବନେଶ୍ୱର, କଟକ, ବାଲେଶ୍ୱର ଏବଂ ବେଲପାହାଡ଼ରେ ୬ଟି ସହଯୋଗୀ ହସ୍ପିଟାଲ ନେଟୱର୍କ ମାଧ୍ୟମରେ ୨୦,୦୦୦ରୁ ଅଧିକ ଶିଶୁଙ୍କୁ ମାଗଣାରେ ଗ୍ରହଣଖଣ୍ଡିଆ ଚିକିତ୍ସା ସହାୟତା ଯୋଗାଇଛି । ଏଥିସହ ଭୁବନେଶ୍ୱରରେ ଏହାର ସହଯୋଗ ହସ୍ପିଟାଲ୍ ଅଲ୍ ଇଣ୍ଡିଆ ଇନଷ୍ଟିଚୁ୍ୟଟ୍ ଅଫ୍ ମେଡ଼ିକାଲ୍ ସାଇନ୍ସ (ଏମ୍ସ) ଏବଂ କଳିଙ୍ଗ ହସ୍ପିଟାଲ ଲିଃ ୪୦୦୦ରୁ ଅଧିକ ମାଗଣା ଗ୍ରହଣଖଣ୍ଡିଆ ଅସ୍ତ୍ରୋପଚାର କରାଇପାରିଛି । ମାତ୍ର ୧୯ ବର୍ଷ ମଧ୍ୟରେ ସ୍ମାଇଲ୍ ଟ୍ରେନ୍ ଇଣ୍ଡିଆ ଭାରତରେ ୫.୫ ଲକ୍ଷରୁ ଅଧିକ ଗ୍ରହଣଖଣ୍ଡିଆ ଅସ୍ତ୍ରୋପଚାର କରାଇ ଏ କ୍ଷେତ୍ରରେ ସହଯୋଗ କରିପାରିଛି । ଓଡ଼ିଶା ସମାଚାର