ବାଲିଚନ୍ଦ୍ରପୁର, ୧୭/୦୮/୨୦୧୯ (ଓଡିଶା ସମାଚାର / ଅମରେନ୍ଦ୍ର ସିଂହ) -ବାଲିଚନ୍ଦ୍ରପୁର ସ୍ଥିତ ସାହସପୁର ମାହବିଦ୍ୟାଳୟର ୪୨ ତମ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସନ୍ତୋଷ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଧର୍ମଶାଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଇଂରାଜୀ ପ୍ରଧ୍ୟାପକ ମନୋରଞ୍ଜନ ମହାନ୍ତି, ସମ୍ମାନିତ ଅତିଥୀ ଭାବେ ଏସ୍.ଏନ୍.ଏମ୍ ଗୃପର ପରିଚାଳନା ନିର୍ଦେଶକ ପ୍ରବୋଧ କୁମାର ମହାନ୍ତି,ବୌଦ୍ଧ ଗବେଷକ ତଥା ସାହାସପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ ହରିଶ ଚନ୍ଦ୍ର ପୃଷ୍ଟି, ଅବସରପ୍ରାପ୍ତ ପ୍ରଧ୍ୟାପକ ଡଃ ବନମାଳି କର, ସାରଦା ପ୍ରସନ୍ନ ମହାନ୍ତି ପ୍ରମୁଖ ଯୋଗଦେଇ ଆଜିର ପ୍ରତିଯୋଗିତା ମୂଳକ ଦୁନିଆରେ ଛାତ୍ର ଛାତ୍ରୀ ମାନେ ଦଋଢ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ କଲେଜ ଜୀବନରେ ସପଳତା ପାଇବେ ବୋଲି ଅତିଥୀ ମାନେ ମତଦେଇଥିଲେ । ଏହି ଅବସରରେ ମହାବିଦ୍ୟାଳୟ ପକ୍ଷରୁ ଏହାର ପ୍ରତିଷ୍ଠାତା ସଦସ୍ୟ ସମାଜସେବୀ ଦିବାକର ବିଶ୍ୱାଳ,ପ୍ରାକ୍ତନ ଅଧ୍ୟକ୍ଷ ଡଃ ହରିଶ ଚନ୍ଦ୍ର ପୃଷ୍ଟି, ଚିତରଞ୍ଜନ ମହାନ୍ତି ଓ ଅବସରପ୍ରାପ୍ତ ପ୍ରଧ୍ୟାପକ ବନମାଳି କରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରିି ବଦ୍ୟୁତଲତା ମହାନ୍ତି ଟ୍ରଷ୍ଟ ତରଫରୁ ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅର୍ଥରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଅତଥୀ ମାନେ ମହାବିଦ୍ୟାଳୟ ପରିସରରେ ଥିବା ବୌଦ୍ଧମୂର୍ତୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟାନାୟକଙ୍କ ପ୍ରତିମୂର୍ତୀ, ମହାବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ତଥା ପୂର୍ବତନ ବିଧାୟକ ମାନଗୋବିନ୍ଦ ସାମଲ ଓ ମାହାଙ୍ଗା ଗାନ୍ଧୀ ସଚ୍ଚିଦା ନନ୍ଦ ଜେନାଙ୍କ ପ୍ରତିମୂର୍ତୀରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ବେତାର କଣ୍ଠ ଶିଳ୍ପୀ ଅଜୟ ଜେନା ଓ ମହାବିଦ୍ୟାଳୟର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଅଧ୍ୟପକ ପ୍ରଫୁଲ୍ଲ କୁମାର ସ୍ୱାଇଁ ଅତିଥୀ ପରିଚୟ ପ୍ରଦାନ କରିଥିବା ବେଳେ କିଶୋର ଚନ୍ଦ୍ର ପରିଡା ମହାବିଦ୍ୟାଳୟ ସମ୍ପର୍କରେ ସୂଚନା ପ୍ରଦାନ କରିିଥିଲେ । ମହେଶ୍ୱର ଜେନା ବିବରଣୀ ପାଠ କରିଥିବା ବେଳେ ଧନ୍ୟବଦ ଅର୍ପଣ କରିଥିଲେ ପୁରାତନ ଛାତ୍ର ସଂସଦର ସଭାପତି ପ୍ରଭାସ ଚନ୍ଦ୍ର ପାଢୀ ।ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ବିପିନ ଜେନା, ପରିଚାଳନା କମିଟି ସଦସ୍ୟା ସୌଭାଗ୍ୟ ଲକ୍ଷ୍ମୀ ବଳ, କିରଣ କୁମାର ସତପଥୀ, ସରପଂଚ ଫନନ୍ଦ୍ର ପଣ୍ଡା, ସମିତି ସଭ୍ୟ ଅମିୟ କୁମାର ବିଶ୍ୱାଳ, ଅନିରୁଦ୍ଧ ସାମଲ, ଅନନ୍ତ ସିଂହ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର