ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି
ଭୁବନେଶ୍ୱର , ୧୭/୦୮/୨୦୧୯(ଓଡ଼ିଶା ସମାଚାର)-ସୁରକ୍ଷାକୁ ଦୃଷ୍ଟିରେ ରଖି ଏବେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଖାଲି ହେବ । ଏନେଇ ରାଜ୍ୟ କ୍ୟାବିନେଟର ଗୁରୁôପୂର୍ଣ୍ଣ ନିଷ୍ପତି ନିଆଯାଇଛି । ପୁରୀ ଶ୍ରୀମନ୍ଦିର ସୁରକ୍ଷା ସଂପର୍କରେ ଜଷ୍ଟିସ ବିପି ଦାସ କମିଶନ ଦେଇଥିବା ପ୍ରସ୍ତାବ ଅନୁସାରେ ରାଜ୍ୟ କ୍ୟାବିନେଟ୍ ଏହି ନିଷ୍ପତିି ନେଇଛନ୍ତି । ଏହା ସହିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ୬ଟି ଗୁରୁତ୍ୱ୍ୱପୂର୍ଣ୍ଣ ନିଷ୍ପତିି ନିଆଯାଇଛି । ଶୁକ୍ରବାର ସନ୍ଧ୍ୟାରେ ଲୋକସଭାଭବନଠାରେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତି ନିଆଯାଇଛି । ବୈଠକ ପରେ ରାଜ୍ୟମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ବୈଠକର ନିଷ୍ପତି ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ଶ୍ରୀ ଜଗନ୍ନାଥ ମନ୍ଦିରର ଉନ୍ନତ ଧରଣର ପ୍ରଶାସନ ଓ ପରିଚାଳନା ନିମନ୍ତେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାପାଇଁ ବିଧି ବିଭାଗର ଅଧିସୂଚନା ଅନୁସାରେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ବି.ପି ଦାସଙ୍କୁ ନେଇ ଏହାର ତଦନ୍ତ କମିଟି ଗଠନ କରାଯାଇଥିଲା । କମିଶନ ଗତ ୨୦୧୭ ଏପ୍ରିଲ ୨୦ତାରିଖରେ ଏବଂ ସେହି ବର୍ଷର ଡିସେମ୍ବର ୭ ତାରିଖରେ ଦୁଇଟି ଅନ୍ତରୀଣ ରିପୋର୍ଟ ଦାଖଲ କରିଥିଲେ । ଉଭୟ ରିପୋର୍ଟକୁ ରାଜ୍ୟ ସରକାର ଯଥାବିଧି ବିଚାର କରିବା ପରେ କମିଶନର ପ୍ରଥମ ଅନ୍ତରୀଣ ରିପୋର୍ଟରେ ଥିବା ଶ୍ରୀମନ୍ଦିରର ନିରାପତା ଓ ସୁରକ୍ଷା ସମ୍ପର୍କିତ ସୁପାରିଶକୁ ଗ୍ରହଣ କରିବା ପାଇଁ ପ୍ରସ୍ତାବ ଆସିଥିଲା । ତାହା ଅନୁମୋଦନ ଲାଭକରିଛି । ପ୍ରଶ୍ନର ଉତର ଦେଇ କହିଥିଲେ ଯେ,ମନ୍ଦିରର ପାଚୋରୀ ଠାରୁ ୭୫ ମି. ପରିସୀମା ପର୍ଯ୍ୟନ୍ତ ଖାଲି କରାଯିବ । ସେହି ପରିସୀମା ଭିତରେ ଯାହାର ଘର, ମଠ, ଦୋକାନ ରହିଥିବ, ସେ ସବୁକୁ ସର୍ଭେ କରାଯିବ ।ଏଥିପାଇଁ ଜିଲ୍ଲାପାଳଙ୍କୁ କ୍ଷମତାପ୍ରାପ୍ତ କରାଯାଇଛି । ସେଗୁଡ଼ିକ ଉଠାଇବା ଲାଗିଯେଉଁ କ୍ଷତିପୂରଣ ହେବ ସେମାନଙ୍କୁ ଦିଆଯିବ ଏବଂ ଥଇଥାନ ମଧ୍ୟ କରାଯିବ । ସେହିପରି ଓଡ଼ିଶା ସମୁଦ୍ରିୟ ପରିଷଦ ପ୍ରତିଷ୍ଠା ନିମନ୍ତେ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟରେ ଅନୁମୋଦନ କରାଯାଇଛି ।ମୁଖ୍ୟ ଶାସନ ସଚିବଙ୍କର ଅଧ୍ୟକ୍ଷତାରେ ୧୨ଜଣ ସଦସ୍ୟ ଅଂଶୀଦାର ବିଭାଗର ପ୍ରତିନିଧି, ଭାରତ ସରକାରଙ୍କର ପ୍ରତିନିଧିକୁ ନେଇ ଏହି ପରିଚାଳନା ପରିଷଦ ଗଠନହେବ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତି ନିଆଯାଇଛି । ଓଡ଼ିଶାର ସୁଦୀର୍ଘ ୪୮୦କି.ମି. ବେଳାଭୂମିର ଅଦ୍ୱିତୀୟ ପ୍ରାକୃତିକ ଅଣବୃହତ ବନ୍ଦର ପ୍ରତିଷ୍ଠା ନିମନ୍ତେ ସମୃଦ୍ଧ ଅଟୋ ରାଜ୍ୟରେ ଏବଂ ପାଶ୍ୱର୍ବର୍ତୀ ରାଜ୍ୟମାନଙ୍କରେ ଶିଳ୍ପାୟନ ବୃଦ୍ଧି ପାଉଥିବାରୁ ମାଲପରିବହନ ନିମନ୍ତେ ନୂତନ ବନ୍ଦର ପ୍ରତିଷ୍ଠା ସହିତ ନଦୀୟ ଜଳପଥ ବିକାଶର ସୁଯୋଗ ସୃଷ୍ଟି ହୋଇଛି । ରାଜ୍ୟରେ ୧୪ ଗୋଟି ଅଣବୃହତ ବନ୍ଦର ଚିହ୍ନିତ ହୋଇଅଛି । ସେଥିରୁ ଦୁଇଗୋଟି ଗୋପାଳପୁର ଓ ଧାମରା କାର୍ଯ୍ୟକ୍ଷମ ଥିବା ବେଳେ ଅନ୍ୟ ଦୁଇଟି ଅସ୍ତରଙ୍ଗ, ସୁବର୍ଣ୍ଣରେଖା ନିର୍ମାଣଧିନ ଅଛି । ବନ୍ଦର ପ୍ରତିଷ୍ଠା ଦ୍ୱାରା ରାଜ୍ୟରେ ପୁଂଜି ବିନିଯୋଗ ହେବା ସହିତ ରାଜ୍ୟର ଅର୍ଥନୈତିକ ଉନ୍ନତିସହିତ ବହୁଳ ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସମୁଦ୍ରୀୟ ପରିଷଦ ଗଠନନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ଉପରେ ସମସ୍ତ ଅଣ ବୃହତ ବନ୍ଦର ଏବଂ ଅନ୍ତର୍ଦେଶୀୟ ନୌପରିବହନ ନିୟନ୍ତ୍ରଣ ପରିଚାଳନା ଓ ପ୍ରଶାସନ ଦାୟିତ୍ୱ ନ୍ୟସ୍ତ ହେବ । ୨୦୧୧ମସିହାରେ ଗୋଟିଏ ସମୁଦ୍ରିୟ ପରିଷଦ ଗଠନ ପାଇଁ ବିଲ୍ ପାସ୍ ହୋଇଥିଲା । ମାତ୍ର ସେଥିରେ ଅଧିକ ବିଷୟବସ୍ତୁ ଯୋଡ଼ିବାପାଇଁ ସେ ବିଲକୁ ପ୍ରତ୍ୟାହାର କରିନିଆଗଲା । ଏହି ପରିଷଦ ଏକକ ବାତାୟନ ସୁବିଧା ପ୍ରଦାନକାରୀ ସଂସ୍ଥା ଭାବେ ରାଜ୍ୟରେ ସମସ୍ତ ସାମୁଦ୍ରିକ ପ୍ରକଳ୍ପ ଗୁଡ଼ିକର ଉନ୍ନୟନ ନିମନ୍ତେ କାର୍ଯ୍ୟ କରିବ । ଏହା ଦେଶର ସୁରକ୍ଷା ଓ ନିରାପତାକୁ ଦୃଷ୍ଟି ଦେଇ ବନ୍ଦର ଓ ଜଳପଥର ସମନ୍ୱିତ ବିକାଶ ନିମନ୍ତେ ନୀତି ନିର୍ଦ୍ଧାରଣ,ମାର୍ଗ ଦର୍ଶକ ଓ ନିର୍ଦ୍ଦେଶ ପ୍ରଦାନ କରିବ ।ଏତଦ୍ ବ୍ୟତୀତ ଏହି କ୍ଷେତ୍ରରେ ଘରୋଇ ପୁଂଜି ଲଗାଣକୁ ଉତ୍ସାହିତ କରିବା ପାଇଁ ସର୍ଭେ ଓ ଯାନ୍ତ୍ରିକ ତଥା ଆର୍ଥିକ ସମ୍ଭାବନା ଉପରେ ମଧ୍ୟ ଅନୁଧ୍ୟାନ ଓ ଅଧ୍ୟୟନ କରି ରିପୋର୍ଟ ପ୍ରସ୍ତୁତ କରିବ । ପରିଷଦର ପ୍ରମୁଖ କାର୍ଯ୍ୟ ଗୁଡ଼ିକ ହେବ – ରାଜ୍ୟର ନିଜସ୍ୱ ଓ ଘରୋଇ ଉଦ୍ୟୋଗର ମିଳିତ ସହଭାଗୀତାରେ ଅଣବୃହତ ବନ୍ଦର ଗୁଡ଼ିକର ନିର୍ମାଣ,ରକ୍ଷଣାବେକ୍ଷଣ ଓ ପରିଚାଳନା କରିବା । ସେହିପରି ବନ୍ଦର କର୍ତୃପକ୍ଷଙ୍କୁ ନ୍ୟସ୍ତକରାଯାଇଥିବା ଅବ୍ୟବହୃତ ଜମିର ସଫଳ ବିନିଯୋଗ ସହ ସମନ୍ୱିତ ସହରୀକରଣ ପାଇଁଯୋଜନା ପ୍ରସ୍ତୁତ କରିବା ଏବଂ ତାହାକୁକାର୍ଯ୍ୟକାରୀ କରିବା, ବନ୍ଦରାଂଚଳ ପ୍ରବେଶପଥ ଗୁଡ଼ିକରେ ଯାହାଜ ଚଳାଚଳକୁ ନିୟନ୍ତ୍ରଣ ଓ ପରିଚାଳନା କରିବା, ବନ୍ଦର ନିମନ୍ତେ କରାଯାଇଥିବା ସମସ୍ତ ନିର୍ମାଣ କାର୍ଯ୍ୟର ତଦାରଖ ଓ ନିୟନ୍ତ୍ରଣ କରିବା, ମାଲ ଖଲାସ ଓ ବୋଝେଇ କରିବା, ଜାହାଜ ଚଳାଚଳ କରିବା, ଛୋଟ ଡଙ୍ଗା ମଧ୍ୟରେ ବନ୍ଦର ଭିତରେ ମାଲ ଓ ଯାତ୍ରୀ ପରିବହନ କରିବା,ପୂତଘାଟ ସେବା ଅଣ ଜାତୀୟ କରଣ ଅନ୍ତର୍ଦେଶୀୟ ଜଳପଥ ପରିବହନର ଉନ୍ନତିକରଣ, ପ୍ରୋତ୍ସାହନ ରକ୍ଷଣା ବେକ୍ଷଣ ଏବଂ ନିୟନ୍ତ୍ରଣ କରିବା, ବନ୍ଦର ମାନଙ୍କରେ ବିଭିନ୍ନ ସେବା ଶୁଳ୍କ ଯଥୋଚିତ ଫି ଧାର୍ଯ୍ୟ କରିବା ଏବଂ ତାହାକୁ ଅସୁଲ କରିବା ଏହାର ପ୍ରମୁଖ କାର୍ଯ୍ୟ ହେବ । ଓଡ଼ିଶା ସମାଚାର