ବାଲିଚନ୍ଦ୍ରପୁର,୧୭/୦୮/୨୦୧୯(ଓଡିଶା ସମାଚାର / ଅମରେନ୍ଦ୍ର ସିଂହ)-ବାଲିଚନ୍ଦ୍ରପୁର ବଜାରର ପ୍ରବେଶ ପଥରେ ନିକଟରେ ନୂଆକରି ଖୋଲାଯାଇଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନକୁ ବିରୋଧ ଜାରି ରହିଛି । ସ୍ଥାନୀୟ ଅଂଚଳର ଶତାଧିକ ମହିଳା ମଦ ଦୋକାନ ବନ୍ଦ ଦାବିକରି ଧାରଣାରେ ବସିରହିଥିଲେ । ଖବର ପାଇ ବାଲିଚନ୍ଦ୍ରପୁର ପୋଲିସ ଘଟଣା ସ୍ଥଳରେ ପହଂଚି ଧାରଣାକାରୀଙ୍କୁ ବୁଝା ସୁଝା କରିବା ପରେ ଧାରଣା ପ୍ରତ୍ୟେହୃତ ହୋଇଥିଲା । ମିଳିଥିବା ସୁଚନା ମୁତାବକ ଚଣ୍ଡିଖୋଲ-ପାରାଦୀପ ୫ ନଂ (କ) ଜାତୀୟ ରାଜପଥ କଡ଼ର ପତରାଜପୁର ଠାରେ ଥିବା ସତ୍ୟ ସାଇ ଠିପି ଖୋଲା ବିଦେଶୀ ମଦ ଦୋକାନଟି ୨୦୧୭ ମସିହାରୁ ବନ୍ଦ ପଡ଼ିଥିଲା । ଏବେ ସେହି ସତ୍ୟ ସାଇ ବାର ଟି ପତରାଜପୁର ପଂଚାୟତ ପରିବର୍ତେ ବାଲିଚନ୍ଦ୍ରପୁର ପଂଚାୟତର ଖୋଲିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଅନୁମତି ଦିଆ ଯାଇଛି । ଏହାର ସ୍ଥାନାନ୍ତରଣକୁ ଦିର୍ଘଦିନ ହେବ ବିରୋଧ ଜାରି ରହିଛି । ତେବେ ଶେଷରେ ସଂପୃକ୍ତ ୱାର୍ଡ଼ର ବାସିନ୍ଦାମାନେ ଧାରଣାରେ ବସିଥିଲେ । ଧାରଣାକାରୀଙ୍କ ଦାବି ମୁତାବକ ବାଲିଚନ୍ଦ୍ରପୁର ବଜାର ସ୍ଥାନୀୟ ଅଂଚଳର ଏକ ପ୍ରମୁଖ ବାଣିଜ୍ୟ ପେଣ୍ଠସ୍ଥଳୀ ହୋଇଥିବା ବେଳେ ଏହି ଅଂଚଳରେ ୩ ଗୋଟି ମହାବିଦ୍ୟାଳୟ, ଅନେକ ଗୁଡ଼ିଏ ସରକାରୀ ଓ ବେସରକାରୀ ବିଦ୍ୟାଳୟ, ୬ ଗୋଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆଦି ଥିବା ବେଳେ ଜାତୀୟ ରାଜ ପଥରୁ ୫୦ ମିଟର ଦୂର ବଜାର ପ୍ରବେଶ ପଥରେ ଖୋଲା ଯାଉଥିବା ଏହି ମଦ ଦୋକାନକୁ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ଧାରଣାକାରୀମାନେ ଦାବି କରିଛନ୍ତି । ଓଡ଼ିଶା ସମାଚାର