“ଅହିଂସା ବାଟରେ ହେଲେ ସ୍ୱାଧିନ,ଅହିଂସା ଆମର ଅମୂଲ୍ୟ ଧନ”
ଭୁବନ,୧୬/୦୮/୨୦୧୯(ଓଡ଼ିଶା ସମାଚାର)-ଶ୍ରୀଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ,ନୂଆବଜାର ତରଫରୁ ସ୍ଥାନୀୟ ବସଷ୍ଟାଣ୍ଡଠାରେ ୭୩ ତମ ସ୍ୱାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଶିକ୍ଷକ ପରିଷଦ ସଭାପତି ବ୍ରହ୍ମୋତ୍ରୀ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିବାସହ ୨୦ ଟି ସ୍କୁଲର ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣକରିଅହିଂସାବାଟରେ ଆମେହେଲୁସ୍ୱାଧିନ,ଅହିଂସା ଆମର ଅମୂଲ୍ୟ ଧନ,ସ୍ନେହ ସଦଭାବନା ଆମ ସମ୍ପତି ସର୍ବେ ମିଶି କରିବା ଦେଶର ପ୍ରଗତି ବୋଲି ଅତ୍ୟନ୍ତ ସାରଗର୍ଭକ ଭାଷଣ ଦେଇଥିଲେ । ବିଭିନ୍ନ ସ୍କୁଲ ର ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପୂର୍ଣ୍ଣାନନ୍ଦ ମିଶ ସଂଯୋଜନା କରିଥିବାବେଳେ ଏନସିସି ଅଫିସର ଦିଲ୍ଲୀପ ମିଶ୍ର ସହଯୋଗ କରିଥିଲେ । ନୂଆବଜାର ବଣିକସଂଘ ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି ,ଉପସଭାପତି ବିପିନ ବିହାରୀ ଦାସ,ସମ୍ପାଦକ ପ୍ରଭାସ ସେନାପତି.ପୂର୍ବତନ ସମ୍ପାଦକ ଭବାନୀଶଙ୍କର ବେହେରା ଙ୍କ ସମେତ ସମସ୍ତ କାର୍ଯ୍ୟକର୍ତା ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ । ସମ୍ମାନୀତ ଅତିଥି ଭାବେ କାଳୀବଜାର ବଣିକ ସଂଘ ସଭାପତି ସମୀର କୁମାର ସାହୁ,ଗଣେଶ ବଜାର ସଭାପତି ଶୁଭେନ୍ଦୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାୟ ୫ ହଜାରରୁ ଉଦ୍ଧ୍ୱର୍ ଜନସାଧାରଣ ଏହିକାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଅନୁରୂପ ଭାବେ ଶିକ୍ଷକ ପରିଷଦ ତରଫରୁ ହାଇସ୍କୁଲ ପଡିଆରେ ପ୍ରଧାନଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ୱାଳ,ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ଏନଏସି କାର୍ଯ୍ୟାଳୟ ପରିସରରେ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ,ଆର.ଆଇ ଅଫିସରେ ରାଜସ୍ୱ ନୀରିକ୍ଷକ ସୁକାନ୍ତ ପରିଡା,ତହସିଲ ଅଫିସରେ ତହସିଲଦାର ଶକ୍ତିକାନ୍ତ ରାୟ,କାଳୀବଜାର ସ୍ଥିତ ସହିଦ୍ ବାଜିରାଉତ ଙ୍କ ପ୍ରତିମୂର୍ତୀ ନିକଟରେ ସ୍ୱାଧିନତା ସଂଗ୍ରାମୀ କାଳନ୍ଦି ଚରଣ ସାହୁ ,ସର୍ବପୁରାତନ ସ୍ୱେଚ୍ଛାସେବୀ ଅନୁଷ୍ଟାନ ରାଇଜିଂ କ୍ଲବରେ ବାଳକ ଉପ୍ରାବିଦ୍ୟାଳୟ ପ୍ରଧାନଶିକ୍ଷକ ପୁଷ୍ପାଂଜଳି ଦାସ ଜାତୀୟ ପତାକା ଉତୋଳନ କରିଥିଲେ । ସମସ୍ତ ସରକାରୀ,ବେସରକାରୀସ୍କୁଲ, କଲେଜ,ବ୍ୟବସାୟ ପ୍ରତିଷ୍ଠାନ,ସ୍ୱେଛାସେବୀ ଅନୁଷ୍ଠାନ ମାନଙ୍କରେ ୭୩ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଓଡ଼ିଶା ସମାଚାର