ଭୁବନ,୧୭/୦୮/୨୦୧୯(ଓଡ଼ିଶା ସମାଚାର)-ଭାରତୀୟ ଜନତା ପାର୍ଟି ଭୁବନ ନଗର ମଣ୍ଡଳ ତରଫରୁ ସଦସ୍ୟତା ସଂଗ୍ରହ ସମୀକ୍ଷା ବୈଠକ ସ୍ଥାନୀୟ ଶ୍ରୀରାମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ନଗର ମଣ୍ଡଳ ସଭାପତି ଭବାନୀଶଙ୍କର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ପ୍ରତିବୁଥରେ ଅନଲାଇନ,ଅଫଲାଇନ ଯୋଗେ ଭାଜପା ର ୧୨୫ ଜଣ ସଭ୍ୟ ସଂଗ୍ରହ କରାଯିବା,ଯୁବ ବର୍ଗ,ମହିଳା ବର୍ଗ,ବିଭିନ୍ନ ସାମାଜିକ ବର୍ଗ ବ୍ୟକ୍ତିଙ୍କୁ ନୂତନ ସଭ୍ୟ କରାଯାଇ ସଙ୍ଗଠନକୁ ସୁଦୃଢ କରାଗଲେ ରାଜ୍ୟରେ ୩୬ ଲକ୍ଷରୁ ୫୦ ଲକ୍ଷ ସଭ୍ୟ ସଂଗ୍ରହ ଅଭିଯାନ ସଫଳ ହେବ ବୋଲି କୁହାଯାଇଥିଲା । ଏହି ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ସଂକଳ୍ପ ନିଆଯାଇଥିଲା । ଏହି ବୈଠକରେ ଢେଙ୍କାନାଳ ଜିଲ୍ଲା ସଭ୍ୟ ସଂଗ୍ରହ ପ୍ରମୁଖ ମାତୃ ପ୍ରସାଦ ନନ୍ଦ ଙ୍କ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାୟକ ପ୍ରାର୍ଥୀ ଶତୃଘ୍ନ ଜେନା,ନଗର ସଦସ୍ୟ ପ୍ରମୁଖ ମାୟାଧର ଗୁରୁ,ମଣ୍ଡଳ ସାଧାରଣ ସଂପାଦକ ଗଣେଶ୍ୱର ନାୟକ,ପୂର୍ବତନ କାଉନସିଲର ମୋହନ ନାୟକ, ପବିତ୍ରସାହୁ, ଅରୁଣସାହୁ, ବିସ୍ତାରକ ବିଶ୍ୱନାଥ ସାହୁ, ନିରଂଜନ ଗୁରୁବାରୁଆଁ (ବି) ମଣ୍ଡଳ କାର୍ଯ୍ୟକର୍ତା ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର