ବାଜପେୟୀ ଙ୍କ ଶ୍ରାଦେ୍ଧାତ୍ସବ,ସ୍ମୃତିଚାରଣ ସଭା ଅନୁଷ୍ଠିତଭୁବନ,୧୬/୦୮/୨୦୧୯(ଓଡ଼ିଶା ସମାଚାର)-ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ପ୍ରାଣ ପ୍ରତିଷ୍ଠାତା ଅଟଳବିହାରୀ ବାଜପେୟୀ ଙ୍କ ପ୍ରଥମ ବାର୍ଷିକ ଶ୍ରାଦେ୍ଧାତ୍ସବ ଭୁବନ ନଗର ମଣ୍ଡଳ ବିଜେପି ତରଫରୁ ପାଳିତ ହୋଇଯାଇଛି । ନଗର ମଣ୍ଡଳ ସଭାପତି ଭବାନୀଶଙ୍କର ବେହେରା ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଶ୍ରୀରାମମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଶତୃଘ୍ନ ଜେନା ଙ୍କ ସମେତ ପ୍ରେମାନନ୍ଦ ଜେନା,ମାତୃ ପ୍ରସାଦ ନନ୍ଦ,ଗଣେଶ୍ୱର ନାୟକ,ମାୟାଧର ଗୁରୁ,ପବିତ୍ର ସାହୁ,ମନମୋହନ ନାୟକ,ଚୈତନ୍ୟ ପୃଷ୍ଟି,ଜୁବୁଲି ପୃଷ୍ଟି,ଚୈତନ୍ୟ ବେହେରା,ଗଣେଶ୍ୱର ସାହୁ,ଅରୁଣ ସାହୁ,ଅଜୟ କୁମାର ସାହୁ,ଦୀପକ ବେହେରା,ରଂଜନ ବେହେରା,ଦିପନ ପୃଷ୍ଟି,ଅନନ୍ତ ସାହୁ,ନନ୍ଦ କିଶୋର ପାତ୍ର ପ୍ରମୁଖ ଉପସ୍ଥିତ ରହି ଯୁଗପୁରୁଷ ବାଜପେୟୀ ଙ୍କ ସ୍ମୃତିଚାରଣ କରିଥିଲେ । ଓଡ଼ିଶା ସମାଚାର