ପାରାଦ୍ୱୀପ ୧୭/୦୮/୨୦୧୯(ଓଡ଼ିଶା ସମାଚାର)-ବିଭିନ୍ନ ଶିଳ୍ପ ସଂସ୍ଥା, ସଂଗଠନ ଓ ଅନୁଷ୍ଠାନ ପକ୍ଷରୁ ଦେଶର ୭୩ତମ ସ୍ୱାଧୀନତା ଦିବସ ମହା ଆଡମ୍ବର ଓ ଉତ୍ସାହ ସହକାରେ ପାଳିତ ହୋଇଯାଇଅଛି । ଏହି ଅବସରରେ ସ୍ଥାନୀୟ ପ୍ରେସ୍ କ୍ଲବ୍ ଠାରେ ପାରାଦ୍ୱୀପ ପ୍ରେସ୍ ମିଡିଆର ସଭାପତି ଶଶାଙ୍କ ଶେଖର ଆଚାର୍ଯ୍ୟ ପତାକା ଉତୋଳନ କରି ସମସ୍ତ ସ୍ଥାନୀୟ ସାମ୍ବାଦିକଙ୍କୁ ଏକଜୁଟ ରହିବା ପାଇଁ ବାର୍ତା ଦେଇଥିଲେ । ଏଥିରେ ୫୦ରୁ ଉଦ୍ଧ୍ୱର୍ ସାମ୍ବାଦିକ ଉପସ୍ଥିତ ଥିଲେ । ସେହିପରି ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘ, ଜଗତସିଂହପୁର ଜିଲ୍ଲା ଟ୍ରକ୍ ମାକିକ ସଂଘ ଓ ପୋର୍ଟ ବଣିକ ସଂଘର ସଭାପତି ସନ୍ତୋଷ ପଟ୍ଟନାୟକଙ୍କ ନେତୃତ୍ୱରେ ଉପରୋକ୍ତ ସଂଗଠନ କାର୍ଯ୍ୟାଳୟରେ ପତାକା ଉତୋଳନ କରାଯାଇଥିଲା । ଆଜାଦ୍ ଭାରତ ମେମୋରିଆଲ୍ ଟ୍ରଷ୍ଟ୍ ଦ୍ୱାରା ଜୟଦେବ ସଦନ ଛକ ନିକଟସ୍ତ ପଡିଆରେ ଜାତୀୟ ପତାକା ଉତୋଳନ କାର୍ଯ୍ୟକ୍ରମ ଟ୍ରଷ୍ଟର ସଭାପତି ଅବଦୁଲ ଆବିଦ ଖାନଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ବେଳେ ଏଥିରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତୋଳନ କରିଥିଲେ । ଏଥିରେ ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି ଇନ୍ତେଖାବ ଆଲାମ, ସମ୍ପାଦକ ଶେଖ ହିପଜୁର ବାରି , ନାଶାଦ୍ ସାଦିକ୍ ଜାଫର ସହୁଦ, ସମେତ ପାରାଦ୍ୱୀପ ପ୍ରେସ୍ ମିଡିଆର ବହୁ ସଦସ୍ୟ ଉପସ୍ଥିତ ଥିଲେ । ନିଜ ବକ୍ତବ୍ୟରେ ପୌରାଧ୍ୟକ୍ଷ ବିଶ୍ୱାଳ ନିଜ ଭିତରେ ଭାଇଚାରା ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ପାରାଦ୍ୱୀପ ଏରସମା ଯୁବ ବିକାଶ ପରିଷଦ ସଭାପତି ରାକେଶ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ରଙ୍ଗିଆଗଡ ସଂଘ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯାଇଥିବା ବେଳେ ପାରାଦ୍ୱୀପ ପ୍ରେସ୍ ମିଡିଆର ଉପ ସଭାପତି ବିଶ୍ୱନାଥ ବଳ ସମ୍ରାଟ କ୍ଲବର ପତାକା ଉତୋଳନ କରିଥିଲେ । ଓଡ଼ିଶା ସମାଚାର