ବାଲିଚନ୍ଦ୍ରପୁର,୧୭/୦୮/୨୦୧୯ (ଓଡିଶା ସମାଚାର / ଅମରେନ୍ଦ୍ର ସିଂହ) -ବାଲିଚନ୍ଦ୍ରପୁର ଅଂଚଳର ବିଭିନ୍ନ ସ୍ଥାନରେ ୭୩ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଛି । ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ, ଯୁବକ ସଙ୍ଘ, ବଣିକ ସଙ୍ଘ ଆଦି ସ୍ଥାନରେ ଉଡିଛି ତ୍ରୀରଙ୍ଗା ।
ବାଲିପଡିଆସ୍ଥିତ ସଂଗ୍ରାମୀ ପୀଠ ଠକ୍କରବାପା ଆଶ୍ରମ ଠାରେ ବିଶିିଷ୍ଟ ବୌଦ୍ଧ ଗବେଷକ ଡଃ ହରିଶ ଚନ୍ଦ୍ର ପୃଷ୍ଟି ପତକା ଉତୋଳନ କରିଥିଲେ ,ସାହାସପୁର ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷ ସନ୍ତୋଷ କୁମାର ବେହେରା,ଓଡିଶା ଷ୍ଟେଟ୍ ବ୍ରିଗେଡ଼ ସ୍କୁଲ ଠାରେ ବାଲିଚନ୍ଦ୍ରପୁର ଥାନାଧିକାରୀ ସୁକାନ୍ତ ପାତ୍ର , ପ୍ରେସ କ୍ଲବ ବାଲିଚନ୍ଦ୍ରପୁରଠାରେ ସଭାପତି ପ୍ରକାଶ ଚନ୍ଦ୍ର ସାମଲ, ଓଡ଼ିଆ ଚେତନା ପରିଷଦ ବାଲିଚନ୍ଦ୍ରପୁର ପକ୍ଷରୁ ସଭାପତି ଅନନ୍ତ ଦେବଦର୍ଶୀ,ଗୋପୀନାଥ ବିଦ୍ୟାମନ୍ଦିର ଠାରେ ପ୍ରତିଷ୍ଠାତା ସମ୍ପାଦକ ଶୈଳେନ୍ଦ୍ର ନାରାୟଣ ସାମଲ, ଡି.ୟୁ ପ୍ଲେ ସ୍କୁଲ ପକ୍ଷରୁ ସଂଯୋଜକ ଏସ୍.ଏଲ ହୁସେନ, ପଲ୍ଲୀଶ୍ରୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ସମାସେବୀ ଦିବାକର ବିଶ୍ୱାଳ, ବାଲିଚନ୍ଦ୍ରପୁର ଥାନା ପକ୍ଷରୁ ଆଇ.ଆଇ.ସି ସୁକାନ୍ତ ପାତ୍ର,ଗୋପାଳପୁର ଗ୍ରାମପଂଚାୟତ କାର୍ଯ୍ୟାଳୟ ପକ୍ଷରୁ ସରପଂଚ ଶରତ କୁମାର ସାମଲ, ଚାରିନଙ୍ଗଳ ପଂଚାୟତ ପକ୍ଷରୁ ଯଦୁମଣି ଦାସ, ପତରାଜପୁର ପଂଚାୟତ ପକ୍ଷରୁ ଅରୁନ୍ଧତୀ ଖୁଂଟିଆ, ବାଲିଚନ୍ଦ୍ରପୁର ପଂଚାୟତର ସରପଂଚ ଫନିନ୍ଦ୍ର ନାଥ ପଣ୍ଡା, ପ୍ରମୁଖ ପତକା ଉତୋଳନ କରିଥିଲେ । ସେହିପରି କୃଷ୍ଣମୋହନ ସାଂସ୍କୃତିକ ପରିଷଦ ପକ୍ଷରୁ ହରିଶ ଚନ୍ଦ୍ର ରାଉତରାୟ, ରତ୍ନାକର ରାଉତ ସ୍ମୃତି ସଂସଦ ପକ୍ଷରୁ ଅଧରକୁମାର ରାଉତରାୟ, ସ୍ୱାଧୀନତା ସଂଗ୍ରାମୀ ତିଳ ମଳିକ ସ୍ମୃତି ସଂସଦ ପକ୍ଷରୁ ପୁର୍ଣ୍ଣଚନ୍ଦ୍ର ମଳିକ, ତେଲେଙ୍ଗେଶ୍ୱର କ୍ଲବ ପକ୍ଷରୁ ସଞ୍ଜୟ ପାତ୍ର ପ୍ରମୁଖ ପତାକା ଉତୋଳନ କରିଥିଲେ । ବିଭିନ୍ନ ସ୍ଥାନରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରଭାତଫେରିି ଭିନ୍ନ ଏକ ବାତାବରଣ ସୃଷ୍ଟି କରିଥିଲା । ଓଡ଼ିଶା ସମାଚାର