Friday , September 29 2023
Breaking News
Home / ବିଶେଷ / ଫେଲ୍ ମାରିଲା ହରିଶ୍ଚନ୍ଦ୍ର ଯୋଜନା – ମା’ର ମୃତ ଦେହକୁ ନଦୀ ପଠାରେ ଫେପାଡ଼ି ଦେଲା ପୁଅ

ଫେଲ୍ ମାରିଲା ହରିଶ୍ଚନ୍ଦ୍ର ଯୋଜନା – ମା’ର ମୃତ ଦେହକୁ ନଦୀ ପଠାରେ ଫେପାଡ଼ି ଦେଲା ପୁଅ

ସାଲେପୁର,୧୭/୦୮/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା): ରାଜ୍ୟ ସରକାର ଶବ ସତ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନା କରିଥିବା ବେଳେ ମଶାଣିରେ ଶବ ପୋଡ଼ିବା ପାଇଁ ଶବଦାହ ଗୃହ ନିର୍ମାଣ କରିଛନ୍ତି । ଏହି ଯୋଜନାରେ ସରକାର ବ୍ୟାପକ ଅର୍ଥ ବ୍ୟୟ ବରାଦ କରି  ଗାଁ ଗହଳିର ଜନସାଧାରଣ ଯେପରି ଶବ ସତ୍କାର ପାଇଁ ହଇରାଣ ନହୁଅନ୍ତି ସେଥିପାଇଁ ପଂଚାୟତ ପ୍ରତିନିଧିମାନଙ୍କୁ ଦାୟିତ୍ୱ ଦେଇଛନ୍ତି । ମାତ୍ର କଟକ ଜିଲ୍ଲାର ସାଲେପୁରରେ ଏହି ଯୋଜନା ସଂପୂର୍ଣ୍ଣ ଫେଲ ମାରିଛି ବୋଲି ଆଜିର ଘଟଣାରୁ ସ୍ପଷ୍ଟ ପ୍ରତୀୟମାନ ହୋଇଛି । ସାଲେପୁର ବ୍ଲକ୍ ବାଲିସାହି ପଂଚାୟତର ବାଲିସାହି ସଅର ସାହିରେ ଘଟିଛି ଏଭଳି ଏକ ହୃଦୟହୀନତାର ଏକ ନିଚ୍ଛକ ଘଟଣା ।  ଏହି ସଅର ସାହିର ଆଦିବାସୀ ଯୁବକ ବାବୁଲି ଦେହୁରୀ ତା’ର ବୃଦ୍ଧା ମାଆ ସଞ୍ଜୁ ଦେହୁରୀ (୭୫)ଙ୍କ ମୃତ ଶରୀରକୁ ନ ପୋଡ଼ି ନ ପୋତି ଗାଁ ସନ୍ନିକଟ ଚିତ୍ରୋତ୍ପଳା ନଦୀ ପଠା ଦୋବନ୍ଦୀ ଠାରେ ଖୋଲାରେ ଫୋପାଡ଼ି ଦେଇଛନ୍ତି । ଯାହା ମୃତା ସଞ୍ଜୁଙ୍କ ପୁଅ ବାବୁଲି ନିଜର ମାନବିକତାକୁ ସଂପୂର୍ଣ୍ର ଭୁଲିଯାଇ ଏଭଳି କାର୍ଯ୍ୟ କରିଛନ୍ତି । ସେ ଜଣେ ଆଦିବାସୀ ସଂପ୍ରଦାୟର ହୋଇଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାର ଏମାନଙ୍କୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ବୋଲି ଡ଼ିଡ଼ିମ୍ବ ପୁଟୁଛନ୍ତି   । ମାତ୍ର ବାସ୍ତବ କ୍ଷେତ୍ରରେ ତାହା କାର୍ଯ୍ୟକାରୀ ହେଉନାହିଁ ଯାହାର ଠୋସ୍ ପ୍ରମାଣ ଏହି ଘଟଣାରୁ ସ୍ପଷ୍ଟ ହୋଇଯାଇଛି । ଆଜି ଅପରାହ୍ନରେ ଗଣମାଧ୍ୟମରୁ ଖବର ପାଇ ସାଲେପୁର ଥାନା ଆଇଆଇସି  ଦେବେନ୍ଦ୍ର କୁମାର ମଲ୍ଳିକ୍ ନିଜ ତତ୍ୱାବଧାନରେ ଶବକୁ ପୋତିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯଦି ହରିଶ୍ଚନ୍ଦ୍ର ଯୋଜନାରେ ବାବୁଲିକୁ ସାହାଯ୍ୟ ମିଳିଥାନ୍ତା ତେବେ ତା’ର ମାଆର ଶବକୁ ନିଶ୍ଚୟ ଦାହ କରିଥାନ୍ତା । ତାକୁ କ’ଣ ପାଇଁ ହରିଶ୍ଚନ୍ଦ୍ର ଯୋଜନା ସାହାଯ୍ୟ ଦିଆଯାଇ ନାହିଁ ପ୍ରଶାସନ ଘଟଣାର ତଦନ୍ତ କରିବ ବୋଲି ଜଣାପଡ଼ିଛି ।       ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *