Tuesday , October 26 2021
Breaking News
Home / ବିଶେଷ / ପୋଲିସ ର ଏକପାଖିଆ କାର୍ଯ୍ୟକୁ ବିରୋଧ – ମାହାଳହାଟ ବିଟ ହାଉସ ଘେରିଲେ ଗ୍ରାମବାସୀ

ପୋଲିସ ର ଏକପାଖିଆ କାର୍ଯ୍ୟକୁ ବିରୋଧ – ମାହାଳହାଟ ବିଟ ହାଉସ ଘେରିଲେ ଗ୍ରାମବାସୀ

ତାରପୁର,୧୭/୦୮/୨୦୧୯(ଓଡ଼ିଶା ସମାଚାର)-କିଶନନଗର ଥାନା ମହାଳହାଟ ବିଟ ହାଉସ ସମ୍ମୁଖରେ ଶୁକ୍ରବାର ରାତିରେ ପୋଲିସ ର ଏକପାଖିଆ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ସ୍ଥାନୀୟ ଗ୍ରାମବାସୀ ହୋ ହଲା କରିବା ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ବସିରହିଥିଲେ । ସୂଚନାଯୋଗ୍ୟ ଯେ ଗୁରୁବାର ରାତିରେ ସ୍ଥାନୀୟ ଉତରକୂଳ ଛକ ଠାରେ ବାବୁଜଙ୍ଗ ଗ୍ରାମର ୩ ଜଣ ଯୁବକ ଏକ ବାଇକ ରେ ଯାଉଥିବା ସମୟରେ ସେଠାରେ ଉପସ୍ଥିତ ଥିବା ଜନୈକ ଯୁବକଙ୍କ ସହ ସାଇଡ଼ ମରାକୁ ନେଇ ବଚଷା ହୋଇଥିଲା । ଏହାପରେ ବାଇକ ରେ ଯାଉଥିବା ୩ ଜଣ ଯୁବକଙ୍କୁ ସ୍ଥାନୀୟ ଗ୍ରାମର ଯୁବକମାନେ ପେଲାପେଲି କରିବାରେ ସେ ତଳେ ପଡ଼ି ଖଣ୍ଡିଆ ଖାବରା ହୋଇଥିଲେ । ଏ ସମ୍ପର୍କରେ ବାବୁଜଙ୍ଗ ଗ୍ରାମର  ସମ୍ବିତ ରାୟ ରାତି ୧୦ ଟାରେ ବିଟ ହାଉସ ରେ ଅଭିଯୋଗ କରିଥିଲେ । ଅନୁରୂପଭାବେ ଉତରକୂଳ ଗ୍ରାମର ରାକେଶ ରାଉତ ମଧ୍ୟ ଅଭିଯୋଗପତ୍ର ଫାଣ୍ଡି ଅଧିକାରୀ ବାବୁଲି ଚରଣ ପ୍ରଧାନଙ୍କ ପାଖକୁ ପଠାଇଥିଲେ । ତେବେ ଶ୍ରୀ ପ୍ରଧାନ ୧ମ ଅଭିଯୋଗକୁ ଭିତିକରି ଅଭିଯୁକ୍ତ ରାଉତଙ୍କୁ କଟକରୁ ତାଙ୍କ କର୍ମକ୍ଷେତ୍ରରୁ ଉଠାଇ ଆଣି ୮୬/୨୦୧୯ କେଶରେ କୋର୍ଟ ଚାଲାଣ କରିଥିଲେ । ଉକ୍ତ ଖବର ପ୍ରଘଟ ହେବା ପରେ ଗ୍ରାମରେ ଉତେଜନା ପ୍ରକାଶ ପାଇଥିଲା । ପୋଲିସ ର ମନମୁଖୀ କାର୍ଯ୍ୟର ବିରୋଧ କରି ଶତାଧିକ ଗ୍ରାମବାସୀ ବିଟ ହାଉସ ସମ୍ମୁଖରେ ରୁଣ୍ଡ ହୋଇ ହୋ ହଲା କରିବା ସହ ବସି ରହିଥିଲେ । ବିଳମ୍ବିତ ରାତିରେ କିଶନନଗର ଥାନା  ଆଇଆଇସି ବାମଦେବ ସ୍ୱାଇଁ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଆସନ୍ତା ୨ / ୩ ଦିନ ପରେ ଉଭୟ ପଟର ଅଭିଯୋଗ ଶୁଣିବା ପାଇଁ ପ୍ରତିଶୃତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । କାଉଂଟର ଏଫଆଇଆର ର ସତ୍ୟତା ନଥିବା ବିଟ ହାଉସ ଅଧିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଥିବାବେଳେ ମାମଲା ଅତ୍ୟନ୍ତ ଗୁରୁତର ନଥିବା ଏବଂ ଉଭୟ ପକ୍ଷଙ୍କୁ ଡ଼ାକି ଏହାର ସମାଧାନ କରାଯିବ ବୋଲି ଆଇଆଇସି ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ଦାମୋଦର ସାମଲଙ୍କ ପରଲୋକ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ଭରତପୁର(ହରିଡାଦଣ୍ଡା) ଗ୍ରାମର ସମାଜସେବୀ ଦାମୋଦର ସାମଲଙ୍କ ୮୧ବର୍ଷ ବୟସରେ …

Leave a Reply

Your email address will not be published. Required fields are marked *