ଭୁବନ,୧୬/୦୮/୨୦୧୯(ଓଡ଼ିଶା ସମାଚାର)-ଭୁବନ ର ଅନନ୍ୟ ସେବା ପ୍ରତିଷ୍ଠାନ ଜଗବନ୍ଧୁ ଜରାଶ୍ରମ ତରଫରୁ ପୂର୍ବବର୍ଷଭଳି ଚଳିତ ବର୍ଷ ମଧ୍ୟ ନିଆରାଢଙ୍ଗରେ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଶତପ୍ରତିଶତ ଭିନ୍ନକ୍ଷମ ଇଶ୍ୱରଚନ୍ଦ୍ର ସାହୁ(୮୯) ଜାତୀୟ ପତାକା ଉତୋଳନ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ତରଫରୁ ଏକ ହୋମିଓପ୍ୟାଥିକ ଚିକିତ୍ସା ଶିବିର ର ଆୟୋଜନ କରାଯାଇଥିଲା । ୭୩ ତମ ସ୍ୱାଧିନତା ଦିବସ ଅବସରରେ ୭୩ ଜଣ ଅସହାୟ ନିଃସହାୟ ଗରିବଲୋକଙ୍କୁ ବସ୍ତ୍ର ପ୍ରଦାନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ସଂପାଦକ ଆଶୁତୋଷ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହୋଇଥିଲା । ଓଡ଼ିଶା ସମାଚାର