Friday , October 22 2021
Home / ବିଶେଷ / ଚେକ ବାଉନସ୍ ମାମଲା ରେ ୩ ବର୍ଷ ଜେଲ ଓ ୬୦ଲକ୍ଷ ଟଙ୍କା ଜୋରିମାନା

ଚେକ ବାଉନସ୍ ମାମଲା ରେ ୩ ବର୍ଷ ଜେଲ ଓ ୬୦ଲକ୍ଷ ଟଙ୍କା ଜୋରିମାନା

ରାଜନଗର, ୧୭/୦୮/୨୦୧୯(ଓଡ଼ିଶା ସମାଚାର)-ରାଜନଗର ଜେଏମଏଫସି କୋର୍ଟରେ ବିଚାରପତି ସାଧନଜିତ ପଣ୍ଡା ତିନୋଟି ଚେକ ବାଉନସ୍ ମାମଲାର ଶୁଣାଣିକରି ଅଭିଯୁକ୍ତକୁ ପ୍ରତି ମକଦ୍ଦମା ପାଇଁ ଏକବର୍ଷ ଜେଲ ସହ ୨୦ଲକ୍ଷ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଅନାଦେୟ ଏକମାସ ଜେଲଦଣ୍ଡ ନିର୍ଦେଶ ଦେଇଥିଲେ । ଗୁଂଠି ଗ୍ରାମର ବିଷ୍ଣୁଚରଣ ଦାସଙ୍କୁ ୨୦୧୬ ମସିହାରେ ଆଳି ଥାନା ଅନ୍ତର୍ଗତ ଗୋପ ଗ୍ରାମର ପ୍ରଫୁଲ୍ଲ କୁମାର ସାହୁ ୨୭ଲକ୍ଷ ୫୬ ହଜାର ଟଙ୍କାର ତିନୋଟି ଚେକ ଦେଇଥିଲେ । କିନ୍ତୁ ଶ୍ରୀ ସାହୁଙ୍କ ବ୍ୟାଙ୍କ ଜମାଖାତାରେ ଟଙ୍କା ନ ଥିବାରୁ ଚେକ ବାଉନ୍ସ ହୋଇଯାଇଥିଲା ଏବଂ ଏନେଇ ଶ୍ରୀ ଦାସ କୋର୍ଟରେ ମକଦ୍ଦମା କରିଥିଲେ । ସମସ୍ତ ସାକ୍ଷ୍ୟପ୍ରମାଣ ପରେ ଜେଏମଏଫସି ଶ୍ରୀ ପଣ୍ଡା ଶୁକ୍ରବାର ରାୟ ଶୁଣାଇଥିଲେ । ତିନୋଟି ଚେକ ବାଉନସ୍ ମାମଲାରେ ମୋଟ ତିନିବର୍ଷ ଜେଲ ସହ ୬୦ଲକ୍ଷ ଟଙ୍କା କ୍ଷତିପୂରଣ, ଅନାଦେୟ ତିନିମାସ ଜେଲଦଣ୍ଡ ପାଇଁ ସେ ନିର୍ଦେଶ ଦେଇଥିଲେ । ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ଶରତଚନ୍ଦ୍ର ମହାନ୍ତି ଓ ଅଭିଯୋଗକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରମୋଦ କୁମାର ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ । ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *