Saturday , December 4 2021
Home / ଶିକ୍ଷା / ଗୋବର୍ଦ୍ଧନ ବିଦ୍ୟାପୀଠରେ ପୋଷାକ ବୀତରଣ ଉତ୍ସବ

ଗୋବର୍ଦ୍ଧନ ବିଦ୍ୟାପୀଠରେ ପୋଷାକ ବୀତରଣ ଉତ୍ସବ

କେନ୍ଦ୍ରାପଡା ୧୬/୦୮/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଂଚାୟତର ନାନକାର ଗ୍ରାମସ୍ଥିତ ଗୋବର୍ଦ୍ଧନ ବିଦ୍ୟାପୀଠରେ ପୋଷାକ ବୀତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ବଳଦେବ ପ୍ରସାଦ ଉପାଧ୍ୟାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଚକ୍ରୋଡା ପଂଚାୟତର ସରପଂଚ ବସନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସର୍ବଶିକ୍ଷା ଅଭିଯାନର ଏହାଏକ ଉତ୍ତମ ଯୋଜନା ବୋଲି ଅଭିହିତ କରି ବିଦ୍ୟାଳୟର ଉତରୋତରତ୍ତର ଉନ୍ନତି କାମନା କରି  ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବୀତରଣ କରିଥିଲେ । ତରାପୁର କ୍ଲଷ୍ଟରର ସି.ଆର.ସି.ସି.ଶ୍ରୀଧର ବେହେରା ଯୋଗଦେଇ ଏହାଦ୍ୱାରା ବିଦ୍ୟାଳୟରେ ଛାତ୍ରଉପସ୍ଥାନ ବୃଦ୍ଧି ସହ ଗୁଣାତ୍ମକ ଶିକ୍ଷାର ବିକାଶ ହୋଇପାରିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ବିଜୟ କୁମାର ଦାସ,ଉପାଧ୍ୟକ୍ଷା ଖୁଲଣା ବେହେରା, ସଭ୍ୟ ଦୈତାରୀ ବାରିକ,ଚିନ୍ମୟୀ ପରିଡା,ଶରତ ଚନ୍ଦ୍ର ସ୍ୱାଇଁ,ଗଜେନ୍ଦ୍ର ଦାସ,ସଂଯୁକ୍ତା ଦାସ,ଶିକ୍ଷୟତ୍ରୀ ତପସ୍ୱିନୀ ବିଶ୍ୱାଳ,ପୁଷ୍ପଲତା ସାମଲ ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଶିକ୍ଷାନୁଷ୍ଠାନରେ ଏତେ ସଂଖ୍ୟକ ସଂକ୍୍ରମିତ ଚିହ୍ନଟ ହେବା ଚିନ୍ତାର ବିଷୟ

ଢେଙ୍କାନାଳ, ୦୨/୧୨/୨୦୨୧(ଓଡ଼ିଶା ସମାଚାର)-ଢେଙ୍କାନାଳ ର କୁଞ୍ଜକାନ୍ତ ସ୍ଥିତ ସାଇକୃପା ଆବାସିକ ମହାବିଦ୍ୟାଳୟ କଲେଜ ହଷ୍ଟେଲରୁ ଗତ ଦୁଇଦିନ ପୂର୍ବେ ୪ଜଣ …

Leave a Reply

Your email address will not be published. Required fields are marked *