Sunday , October 24 2021
Breaking News
Home / ବିଶେଷ / କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ପକ୍ଷରୁ  ସ୍ୱାଧୀନତା ଦିବସ ପାଳିତ

କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ପକ୍ଷରୁ  ସ୍ୱାଧୀନତା ଦିବସ ପାଳିତ

କେନ୍ଦ୍ରାପଡା ୧୬/୦୮/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ  ପରିସରରେ ୭୩ତମ ସ୍ୱାଧୀନତା ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବ୍ୟାଙ୍କର ନିର୍ଦେଶକ ମହମ୍ମଦ ଆକବର ଅଲ୍ଲୀ ଜାତୀୟ ପତାକା ଉତୋଳନ କରିବା ପରେ ସମବେତ କଣ୍ଠରେ ଜାତୀୟସଂଗୀତ ଗାନ କରାଯାଇଥିଲା । ପରେ  ମହମ୍ମଦ ଅଲ୍ଲୀ ଅଭିଭାଷଣ ରଖିଥିଲେ । ଏହି ଅବସରରେ ଦେଶର ସ୍ୱାଧୀନତା ପୃଷ୍ଠ ଭୂମୀରେ ବଳିଦାନ ଏବଂ ଯୋଗଦାନ କରିଥିବା ଅମର ଶହୀଦ ଏବଂ ଜନନେତାମାନଙ୍କର ସ୍ମୃତିଚାରଣ କରାଯାଇଥିଲା । ସାଂପ୍ରତିକ ସମୟରେ ଦେଶ ସମ୍ମୁଖରେ ଆସିଥିବା ଆହ୍ୱାନ ଏବଂ ସୁଯୋଗର ପରିପାଳନ ନିମିତ୍ତସମସ୍ତଙ୍କ ଭୂମିକା ରହିଛି ବୋଲି ଉପଲବ୍ଧି କରିବା ସହିତ ବ୍ୟାଙ୍କର ବିକାଶ ଏବଂ ପରିବର୍ଦ୍ଧନ ନିମନ୍ତେ ସମସ୍ତେ ଏକମନ ହୋଇ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର ନିର୍ଦେଶକ ଫକିର ଚରଣ ଖଟୁଆ,ମହେନ୍ଦ୍ର ପରିଡା,ଶରତ କୁମାର ବେହୁରା,ସିଦ୍ଧାର୍ଥ ଶଙ୍କର ଜେନା,ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶିଲ କୁମାର ସାମଲ, ସାଧାରଣ ପ୍ରବନ୍ଧକ ମନ୍ମଥନାଥ ରାଉତ,ଭଞ୍ଜକିଶୋର ମହାନ୍ତିଙ୍କ ସମେତ ବ୍ୟାଙ୍କର କର୍ମଚାରୀ ମଣ୍ଡଳୀ,ଶୁଭେଛୁ ଓ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଗୁରୁତ୍ୱ ନଥିବା ପ୍ରସଙ୍ଗରେ ଦୋକାନ ବଜାର ବନ୍ଦ ହେବ ନାହିଁ – କଳାହାଣ୍ଡି ବଣିକ ସଂଘ

Leave a Reply

Your email address will not be published. Required fields are marked *