Friday , October 22 2021
Breaking News
Home / ତାଜା ଖବର / ଏସଓଜି ମାଓବାଦୀ ଗୁଲି ବିନିମୟ କୁନେଇ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ

ଏସଓଜି ମାଓବାଦୀ ଗୁଲି ବିନିମୟ କୁନେଇ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ

କଳାହାଣ୍ଡି, ୧୭/୦୮/୨୦୧୯(ଓଡ଼ିଶା ସମାଚାର / ସଂଜୟ ସିଂହ)-କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ପୋଲିସ ଥାନା ଅନ୍ତର୍ଗତ ଗୁଣ୍ଡି ସଂରକ୍ଷିତ ଜଙ୍ଗଳରେ ଗତକାଲି କୌଣସି ଗୋଇନ୍ଦା ସୂଚନା ଆଧାରରେ ମାଓନେତା ରାଇନୁ ଓ ଅଙ୍କିତା କଳାହାଣ୍ଡି ଇନ୍ଦ୍ରାବତୀ ଦଲମର ସଦସ୍ୟ ଲୁଚିରହିଥିବା ଖବର ପାଇ ଏସଓଜି ଯବାନମାନେ କମ୍ବିଙ୍ଗ କରିବା ସମୟରେ ଗୁଲି ବିନିମୟ ହୋଇଥିଲା । ଗୁଲି ବିନିମୟରେ ଏକାଧିକ ମାଓବାଦୀ ଗୁରୁତର ଆହତ ହୋଇଥିବା ସୂଚନା ମିଲିଥିବାବେଲେ ଆଜି କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ବତୁଲା ଗଙ୍ଗାଧର ଏକ ସାମ୍ବଦିକ ସମ୍ମିଳନୀ ଡାକି ଘଟଣାର ସ୍ପ୍ମୃିକରଣ କରିଛନ୍ତି । ଗତକାଲି ଘଟଣାସ୍ଥଳରୁ ଟିଫିନ ବୋମା, ମାଓ ପୋଷ୍ଟର, ମେଡିସିନ ଓ ଅନେକ ମାଓ ସାମଗ୍ରୀ କ୍ୟାମ୍ପରୁ ଜବତ କରିଥିବାବେଲେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ପଳାୟନ କରିଥିବା କହିଛନ୍ତି । ବିଗତ କିଛିଦିନ ତଲେ ମାଓବାଦୀମାନେ ଲାଞ୍ଜିଗଡ ବ୍ଳକରେ ଦୁଇଜଣ ଠିକାଦାରଙ୍କୁ ଗୁଲିକରି ନିର୍ମମଭାବେ ହତ୍ୟା କରିଥିଲେ । ସେତେବେଳଠୁ ଏସଓଜି ଯବାନ ମାନଙ୍କ କମ୍ବିଙ୍ଗ ଅପରେସନ ଜାରୀ ରହିଥିବାବେଲେ ଗତକାଲି ଗୁଣ୍ଡି ଜଙ୍ଗଳରେ ଗୁଲିବିମୟ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ – ଜଣେ ମହିଳା ପର୍ଯ୍ୟଟକ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ପୁରୀ ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ । ଚକ୍ରତୀର୍ଥ …

Leave a Reply

Your email address will not be published. Required fields are marked *