ଭୁବନେଶ୍ୱର,୧୭/୦୮/୨୦୧୯(ଓଡ଼ିଶା ସମାଚାର)- ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ୧୯୬୩ରୁ ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ ଉକ୍ତ ମହାବିଦ୍ୟାଳୟର ନିଜସ୍ୱ ଜମି ଓ କୋଠାବାଡ଼ି ନାହିଁ । ୧୯୭୮ ମସିହାଠାରୁ ଏହି ମହାବିଦ୍ୟାଳୟ ଆଠଗଡ଼ର ପୂର୍ବତନ ରାଜ ପରିବାରର ବୀର କିଶୋରପୁର ଗ୍ରାମରେ ଥିବା ୧୧.୫୬ ଡି. ଜମି ଉପରେ ଅବସ୍ଥିତ ଥିବା କୋଠାରେ ଚାଲିଛି । ସର୍ବ ସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ସମ୍ପୃକ୍ତ ବିଜ୍ଞାନ ମହାବିଦ୍ୟାଳୟ ସପକ୍ଷରେ ଉକ୍ତ ଜମି ଓ କୋଠାବାଡ଼ିର ଦାନପତ୍ର କବଲା ପାଇଁ ଆବଶ୍ୟକ ପଡ଼ୁଥିବା ଷ୍ଟାମ୍ପ ଦେୟ ଓ ରେଜିଷ୍ଟ୍ରେସନ ଫି ଛାଡ଼ ପାଇଁ ଆସିଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଓଡ଼ିଶା ପୋଲିସ ସର୍ଭିସ (ମେଥଡ଼ ଅଫ୍ ରିକ୍ରୁଇଟିମେଂଟ ଆଣ୍ଡ କଣ୍ଡିସନ୍ ଅଫ୍ସର୍ଭିସ) ରୁଲସ ୨୦୧୩ର ରୁଲ ୬(୪) ଥିବା ବ୍ୟବସ୍ଥାର ସଂଶୋଧନ ପୂର୍ବକ ବର୍ତମାନ ଥିବା ପ୍ରତିବନ୍ଧକ ଦୂର କରି ଓପିଏସ (ଏସ.ଏ.ଜି) ପାହ୍ୟାରେ ଥିବା ପଦବୀ ଗୁଡ଼ିକୁ ଯୋଗ୍ୟ ଓପିଏସ ଅଧିକାରୀ ମାନଙ୍କ ଦ୍ୱାରା ପୂରଣ କରିବା ପାଇଁ ଆସିଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଓଡ଼ିଶା ସମାଚାର