ପାରାଦ୍ୱୀପ ୧୭/୦୮/୨୦୧୯(ଓଡ଼ିଶା ସମାଚାର)-ପାରାଦ୍ୱୀପ ରିଫାଇନରୀ ଠାରେ ୭୩ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇ ଅଛି । ଏହି ଦିବସରେ ଶ୍ରୀ ଟିଡିଭିଏସ୍ ଗୋପାଳକ୍ରିଷ୍ଣା, କାର୍ଯ୍ୟକାରୀ ନିର୍ଦ୍ଦେଶକ, ପାରାଦ୍ୱୀପ ରିଫାଇନରୀର କ୍ରୀଡା ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ସିଆଇଏସଏଫ, ସିଆଇଏସଏଫ ଅଗ୍ନିଶମ ବିଭାଗ, ଡି ଜି ଆର ନିରାପତା ଏବଂ ଦିଲ୍ଲୀର ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ମିଳିତ ପ୍ୟାରେଟରେ ଅଭିବାଦନ ଜଣାଇ ଉପସ୍ଥିତ ବହୁସଂଖ୍ୟକ ଜନସାଧାରଣଙ୍କୁ ଉଦବୋଧନ ଦେବା ସହ ଦେଶର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞଳୀ ଅର୍ପଣ କରିଥିଲେ । ପାରାଦ୍ୱୀପ ରିଫାଇନାରୀର ସଫଳ କାର୍ଯ୍ୟକାରିତା କ୍ଷେତ୍ରରେ ସମ୍ପୂର୍ଣ୍ଣ ସହଯୋଗ ଦେଇଥିବାରୁ ଶ୍ରୀ ଟିଡିଭିଏସ୍ ଗୋପାଳକ୍ରିଷ୍ଣା ସମସ୍ତ କର୍ମଚାରୀ, ସେମାନଙ୍କ ପରିବାର ବର୍ଗ, ଷ୍ଟେକ୍ ହୋଲଡର, ପରାମର୍ଶଦାତା, ଠିକାଦାର ଓ ସେମାନଙ୍କ ପରିବାର ବର୍ଗ ଓ କର୍ମକର୍ତାଗଣ, ସିଆଇଏସଏଫ, ସ୍ଥାନୀୟ ଜନ ସାଧାରଣ ଏବଂ ନିକଟସ୍ଥ ଗ୍ରାମବାସୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ପାରାଦ୍ୱୀପ ରିଫାଇନାରୀ ଦ୍ୱାରା ନିକଟସ୍ଥ ୮ଟି ପଂଚାୟତ ( ପାରାଦ୍ୱୀପଗଡ, ଫତେପୁର , ଢିଙ୍କିଆ, କୋଠି ଗଣ୍ଡକୀପୁର, ବିଶ୍ୱାଳୀ, ବଗଦିଆ ଓ ମଙ୍ଗରାଜପୁର) ର ସ୍କୁଲ ଓ କଲେଜଗୁଡିକର ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ପାରାଦ୍ୱୀପ ରିଫାଇନାରୀର ସିଆଇଏସଏଫ ଯବାନ ମାନେ ରେସ୍କ୍ୟୁ ପ୍ରକ୍ରିୟାର ପ୍ରଦର୍ଶନ କରିଥିଲେ । ଶେଷରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଓଡ଼ିଶା ସମାଚାର