ରଘୁନାଥପୁର, ୧୬/୦୮/୨୦୧୯(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ରେଢ଼ୁଆସ୍ଥିତ ବୃନ୍ଦାବନଚନ୍ଦ୍ର ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସ ଓ ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜାତୀୟ କୃମି ନାଶକ ଦିବସ ଓ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । କଲେଜ ଅଧ୍ୟକ୍ଷ ସରୋଜ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଡ଼ାକ୍ତର ସୁକାନ୍ତ କୁମାର ଦଳେଇ, ଡ଼ାକ୍ତର ପ୍ରଭାସ ଚନ୍ଦ୍ର ସ୍ୱାଇଁ, ଡ଼ାକ୍ତର ସୁକୁମାର ଦାସ, ବିପିଓ ପ୍ରଭାସ ଚନ୍ଦ୍ର ତ୍ରିପାଠୀ ଓ ବସନ୍ତ କୁମାର ବିଶ୍ୱାଳ ଉପସ୍ଥିତ ହୋଇ ଛାତ୍ର ଛାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ ଭିତିକ ସଚେତନତା ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ । କୃମି ନାଶକ ଦିବସ ର ତାତ୍ପର୍ଯ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ରେଡ଼କ୍ରସ ଉପଦେଷ୍ଟା ଅଧ୍ୟପକ ପ୍ରତାପ କୁମାର ଲେଙ୍କା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅଧ୍ୟାପିକା ଶାଶ୍ୱତି ନନ୍ଦ, ସୌମ୍ୟାଶ୍ରୀ ମହାନ୍ତି, ସ୍ୱାଗତିକା ଦାସ, ସ୍ୱାସ୍ଥ୍ୟ କର୍ମୀ ରଶ୍ମିକତା ଦାସ, ସୀପକ ସାହୁ, ଆଶା କର୍ମୀ ମିନତୀ ପରିଡ଼ା, ରୋଜାଲିନ ସ୍ୱାଇଁଙ୍କ ସହ ସମସ୍ତେ ଉପସ୍ଥିତ ଥିଲେ । ଏହି ଅବସରରେ ଯୁକ୍ତ୨ ର ୫୦୦ ରୁ ଅଧିକ ଛାତ୍ର ଛାତ୍ରୀଙ୍କୁ ସ୍ୱାସ୍ଥ୍ୟ ଅଧିକାରୀମାନେ କୃମି ନାଶକ ଔଷଧ ସେବନ କରାଇଥିଲେ । ପରିବେଶକୁ ସଫା ରଖିବା, ସ୍ୱଛ ପାଣି ପିଇବା, ମଶାରୀ ତଳେ େ।।ଇବା ପାଇଁ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା । ଓଡ଼ିଶା ସମାଚାର