ରଘୁନାଥପୁର, ୧୬/୦୮/୨୦୧୯(ଓଡ଼ିଶା ସମାଚାର)-୭୩ ତମ ସ୍ୱାଧୀନତା ଦିବସ ଅବସରରେ ରଘୁନାଥପୁର ଅଂଚଳବାସୀ ମହାସମାରୋହରେ ଦିବସଟିକୁ ପାଳନ କରିୀଛନ୍ତି । ବ୍ଲକ୍ କାର୍ଯ୍ୟାଳୟରେ ଅଧ୍ୟକ୍ଷା ସ୍ୱପ୍ନା ସରିତା ବଳ ପତାକା ଉତୋଳନ କରି ଦେଶମାତୃକାକୁ ସମ୍ମାନ ଜଣାଇବା ସହ ଏ କ୍ଷେତ୍ରରେ ସ୍ମରଣୀୟ ହୋଇ ରହିଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜାତିପ୍ରତି ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବିଡ଼ିଓ ପଂଚାନନ ପଟାୟତ, ଏବିଡ଼ିଓ ଅଶୋକ କୁମାର ମହାନ୍ତିଙ୍କ ସମେତ ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ । ସେହିପରି ଏରଡ଼ଙ୍ଗା ପଂଚାୟତରେ ସରପଂଚ ଛବିତା ମହାନ୍ତି, ପୁରୁଣାବସନ୍ତ ରେ ସରପଂଚ ଚନ୍ଦନା ମହାନ୍ତି, ତଅଁରା ପଂଚାୟତରେ ସରପଂଚ କବିତା ନାୟକ, ତାରପୁରରେ ସରପଂଚ ସରୋଜ କୁମାର ଦାସ, ଅଢ଼େଇକୂଳରେ ସରପଂଚ ଶେଷଦେବ ସେଠୀ, ଗୁଆଳିପୁରରେ ସରପଂଚ ଜାନକୀ ବଲଭ ସ୍ୱାଇଁ ପତାକା ଉତୋଳନ କରିଥିବାବେଳେ ମହାନଦୀ ଚିତ୍ରୋତ୍ପଳା ଦ୍ୱୀପାଂଚଳରେ ମହମ୍ମଦପୁରରେ ସରପଂଚ ସରୋଜ କୁମାର ବେହେରା ପଂଚାୟତ କାର୍ଯ୍ୟାଳୟ ଓ ୟୁଥ କ୍ଲବ ରେ ପତାକ ଉତୋଳନ କରିଥିଲେ । ମାହାଳହାଟ ସରସ୍ୱତୀ ବିଦ୍ୟା ମନ୍ଦିରେ ପ୍ରଧାନ ଆଚାର୍ଯ୍ୟ ଆଲୋକ ବିହାରୀ ମହାପାତ୍ର, ଉତରକୂଳ ପ୍ରାଥମିକ କୃଷି ସମବାୟ ସମିତିରେ ସଭାପତି ମନୋଜ କୁମାର ମହାନ୍ତି ପତାକା ଉଡ଼଼ାଇ ଭାରତ ମାତାର ଜୟଗାନ କରିଥିଲେ ଅନ୍ୟପକ୍ଷରେ ରଘୁନାଥପୁର ତହସିଲ, କୃଷି ଅଫିସ, ମେଡ଼ିକାଲ, ଥାନା, ବ୍ୟାଙ୍କ ଓ ବିଭିନ୍ନ ସରକାରୀ ଓ ବେସରକାରୀ ଅଫିସ , ସ୍କୁଲ, କଲେଜ ଓ ଯୁବକ ସଂଘ ମାନଙ୍କରେ ୭୩ତମ ସ୍ୱଧୀନତା ଦିବସ ଆନନ୍ଦ ଉଲାସରେ ପାଳନ କରାଯାଇଥିଲା । ଓଡ଼ିଶା ସମାଚାର