କେନ୍ଦ୍ରାପଡା ୧୬/୦୮/୨୦୧୯(ଓଡ଼ିଶା ସମାଚାର)- ଜିଲ୍ଲା ବିଜେପି ପକ୍ଷରୁ ଗୈାରୀଶଙ୍କର ହୋଟେଲ ପରିସରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ପୂର୍ବତନ ବୈଦେଶୀକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଏକାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଯୋଗଦେଇ ଦୁଇ ଦିବଙ୍ଗତ ନେତୃତ୍ୱଙ୍କ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁ, ରାଷ୍ଟ୍ରୀୟ କାର୍ଯ୍ୟକାରିଣି ସଦସ୍ୟ ବୈଦନାଥ ଚାଟାର୍ଜୀ, ସୁନାକର ବେହେରା, ବିଜୟ ପ୍ରଧାନ, ଗଗନବିହାରୀ ସାହୁ, ଉପସଭାପତି କିଶୋର ପଣ୍ଡା, ଯୁବମୋର୍ଚ୍ଚା ସଭାପତି ଦିଲ୍ଲିପ ଦାଶ, ମିଡିଆ ସଂଯୋଜକ ମନୋଜ କୁମାର ଦାଶଙ୍କ ସମେତ ଜିଲ୍ଲା ବିଜେପିର ସମସ୍ତ ପଦାଧିକାରୀ,ସମସ୍ତ ମୋର୍ଚ୍ଚା ସଭାପତିମାନେ ଯୋଗଦେଇଥିଲେ । ଓଡ଼ିଶା ସମାଚାର