ବାଙ୍କୀ, ୧୬/୦୮/୨୦୧୯(ଓଡ଼ିଶା ସମାଚାର)-କଟକ ଜିଲା ନେହେରୁ ଯୁବକେନ୍ଦ୍ର ସଂଗଠନ, ଭାରତ ସରକାରଙ୍କ ସହାୟତା ଓ ଆଦର୍ଶ ଯୁବ ପରିଷଦ, ଚକାପଦାର ପରିଚାଳନାରେ ଡମପଡ଼ା ବ୍ଲକ ଅନ୍ତର୍ଗତ କୁସୁନ୍ଦା ପଂଚାୟତର କଲରାଅଂଟା ଗ୍ରାମରେ ତ୍ରିଦିବସୀୟ ଜଳ ଉତ୍ସର ସଂରକ୍ଷଣ ଓ ଏହାର ଆବଶ୍ୟକତା ତଥା ଉପକାରିତା ସଂକ୍ରାନ୍ତ କର୍ମଶାଳା ଆରମ୍ଭ ହୋଇଛି । ମୁଖ୍ୟ ଅତିଥି କୁସୁନ୍ଦା ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ପ୍ରମୋଦ କୁମାର ସାହୁ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଯୁବ ସାମାଜିକ କର୍ମୀ ପ୍ରକାଶ ଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ସମ୍ମାନିତ ଅତିଥିଭାବେ କୁମାର ଅମୀୟ(ବୁଲୁ ବାବା), ସାହିତ୍ୟିକ ଓ କବୟିତ୍ରୀ ଶକୁନ୍ତଳା ମଲ୍ଲିକ ଯୁବସତ୍ସଙ୍ଗ ପରିବାରର ପ୍ରତିଷ୍ଠାତା ସୁବ୍ରତ କୁମାର ନାୟକ ଅଂଶଗ୍ରହଣ କରିଥିଲେ । ଜଳର ଉତ୍ସକୁ ଯଦି ଉପଯୁକ୍ତ ଉପାୟରେ ସଦୂପଯୋଗ ଏବଂ ସଂରକ୍ଷଣ ନ କରିବା ଭବିଷ୍ୟତରେ ଏହା ଆମମାନଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିବ । ଉଦାହରଣ ସ୍ୱରୂପ ଗତ ବାତ୍ୟା ଫଣିରେ ଜଳର ଆବଶ୍ୟକତା ଏତେ ମାତ୍ରାରେ ବଢିଯାଇଥିଲା ଯେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଜଳ ଉତ୍ସକୁ ସଂରକ୍ଷଣ କରିବା ଦ୍ୱାରା ଆବଶ୍ୟକ ସମୟରେ ବିଭିନ୍ନ କାମରେ ଆସିଥାଏ ଯଥା ଚାଷ,ଦୈନନ୍ଦିନ ବ୍ୟବହାର, ସବୁଜ ପରିବେଶ ସୃଷ୍ଟି , ପଶୁପକ୍ଷୀମାନଙ୍କର ଜଳର ଆବଶ୍ୟକତା ଏପରି ଅନେକ କାମରେ ଆସିଥାଏ । ଏଣୁ ଜଳ ହିଁ ଜୀବନର ଯଥାର୍ଥତା ରହିଛି । ଉକ୍ତ କାର୍ଯ୍ୟକ୍ରମରେ ୪୦ଜଣ ଶିବିରାର୍ଥୀଙ୍କୁ ନେଇ ଗ୍ରାମର ତପସ୍ୱିନୀ ପ୍ରଧାନ, ବନୀତା ଦାସ, ସୁନୀତା ପ୍ରଧାନ, ଆଶାରାଣୀ ଜେନା, ବିଜୟ କୁମାର ଜେନା, ଲଳିତ ପ୍ରଧାନ, ଗେଲି ପ୍ରଧାନ,ଲିପି ପ୍ରଧାନ, ସ୍ମୃତି ରଞ୍ଜନ ପ୍ରଧାନ, ଅଜିତ୍ କୁମାର ସାହୁ, ସୁଚିସ୍ମୀତା ଜେନା, ଲିଲି ପ୍ରଧାନ, ପ୍ରସାଦ ପ୍ରଧାନ, ଲାଲୁ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର