ଗରଦପୁର ଗରଦପୁର, ୧୬/୦୮/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅଂଚଳର ପୁର ପଲ୍ଲୀ ଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟ,ବେ-ସରକାରୀ କାର୍ଯ୍ୟଳୟ ଓ ସ୍ୱେଛାେସେବୀ ଅନୁଷ୍ଠାନମାନଙ୍କରେ ଦେଶର ୭୩ ତମ ସ୍ୱାଧିନତା ଦିବସ ଗତକାଲି ଆନନ୍ଦ ଉଲ୍ଲାସ ସହକାରେ ପାଳିତ ହୋଇଯାଇଛି । ଗରଦପୁର ବ୍ଲକରେ ବ୍ଲକ ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀ ଜାତୀୟ ପତାକା ଉତୋଳନ କରିଥିବାବେଳେ, ଗରଦପୁର ବିଡିଓ ଧରଣୀଧର ବେହେରା ପ୍ରମୁଖ ବ୍ଳକର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ । ଗରଦପୁର ତହସିଲ ଅଫିସରେ ତହସିଲଦାର ଉମାକାନ୍ତ ବିଶ୍ୱାଳ,ଗରଦପୁର ସବ-ଟ୍ରେଜେରୀ ଅଫିସ ରେ ଦିଲ୍ୀପ୍ କୁମାର ସେଠୀ,ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଡାକ୍ତର ସଞ୍ଜୟ କୁମାର ବେହେରା,କୋରୁଆସ୍ଥିତ ଲୋକନାଥ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ପ୍ରଧାନ,ଚିତ୍ରୋତ୍ପଳା ମହିଳା କଲେଜରେ ଅଧ୍ୟକ୍ଷ ବସନ୍ତ ବେଦବ୍ରତ,ଗରଦପୁର ମଧୁବାବୁ ପାଠାଗାରରେ ଯୋଗଗୁରୁ ଦେବ କୁମାର ପାଣି ଜାତୀୟ ପତାକା ଉତୋଳନ କରିଥିଲେ । ଏଠାରେ ଆୟୋଜିତ ଉତ୍ସବରେ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଣ୍ଡା,ଓପଲଫେଡର ନିର୍ଦ୍ଦେଶକ ଘନଶ୍ୟମ କାପ୍ ଉପସ୍ଥିତ ରହି ଏକ ସ୍ୱାଧିନତା ଦିବସ ପାଳନ ସମ୍ପର୍କରେ ସଭାରେ ଉପସ୍ଥିତ ଲୋକମାନଙ୍କୁ ସଚେତନତା କରାଇଥିଲେ । ପାଖଡସ୍ଥିତ ଦିବ୍ୟଶକ୍ତି ପାଠାଗାରରେ ପରିକ୍ଷିତ ଦାଶ,ଅନନ୍ତ ତୁଳସୀ ପରିବେଶ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଦ୍ୱାରିକାନାଥ ସେନାପତି,ସଦନା ଠାରେ ଥିବା ଗୀତା ସ୍ୱେଛାସେବୀ ଅନୁଷ୍ଠାନରେ ପ୍ରଶାନ୍ତ କୁମାର ମିଶ୍ର, ଓଏମଡିସି କାର୍ଯ୍ୟାଳୟରେ ମନ୍ମଥନାଥ ସାମନ୍ତରାୟ, ତଳକୁସୁମା ପ୍ରାଥମିକ କୃଷି ସମବାୟ ସମିତିରେ ସଭାପତି ଶ୍ୟାମସୁନ୍ଦର ରଥଙ୍କ ଉପସ୍ଥିତିରେ ଅବସରପ୍ରାପ୍ତ ସେନା କର୍ମଚାରୀ ଗୋଲଖ ଚନ୍ଦ୍ର ସ୍ୱାଇଁ ଓ ଦୁର୍ଯ୍ୟୋଧନ ସିଂ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରି ସ୍ୱାଧିନତା ଦିବସ ପାଳନ କରିଛନ୍ତି । ପାଟକୁରା ମେଡିକାଲ ପରିସରରେ ଭାରପ୍ରାପ୍ତ ଅଧିକାରୀ ଡା.ହିମାଶୁଂ ଭୂଷଣ ଷଢଙ୍ଗି,ପାଟକୁରା ଥାନରେ ଥାନା ଅଧିକାରୀ ସୁଜିତ୍ କୁମାର ପ୍ରଧାନ,ପାଟକୁରା ଜଳ-ସମ୍ପଦ କାର୍ଯ୍ୟାଳୟରେ ଇଂ.ଦୁଃଶାସନ ବାରିକ୍,ପାଟକୁରା ପଂଚାୟତ କାର୍ଯ୍ୟାଳୟରେ ସରପଂଚ ସୂର୍ଯ୍ୟମଣୀ ସେଠୀ,ପାଟକୁରାଠାରେ ଥିବା ଗରଦପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବ୍ଲକ ଶିକ୍ଷା ଅଧ଼ିକାରୀ ଅଜୟ କୁମାର ସେଠୀ ଜାତୀୟ ପତାକା ଉତୋଳନ କରି ସ୍ୱାଧିନତା ଦିବସ ପାଳନ କରିଛନ୍ତି । ସେହିପରି ପରକଣା ଠାରେ ଥିବା ‘ଓଡିଶା ଷ୍ଟେଟ୍ ବିଗ୍ରଡ୍ ସ୍କୁଲରେ ଶ୍ରୀ ଜଗନ୍ନାଥ ସଂକିର୍ତନ ମହାସଂଘର ସଭାପତି ନବଘନ ନାୟକ ଜାତୀୟ ପତାକା ଉତୋଳନ କରିଥିବା ବେଳେ,ପାଟକୁରା ହାଇସ୍କୁଲରେ ପ୍ରଧାନ ଶିକ୍ଷକ ମଳୟ କୁମାର ପାଣି,ବେଡାରୀ ସେବା ସମବାୟ ସମିତିରେ ସଭାପତି ଚିତରଞ୍ଜନ ଚୌଧୁରୀ,ହରିଦାସପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରେ ସମ୍ପାଦକ ପ୍ରମୋଦ କୁମାର ମହାପାତ୍ର,ବେଡାରୀ ପଂଚାୟତ କାର୍ଯ୍ୟାଳୟରେ ସରପଂଚ ଗୋକୁଳାନନ୍ଦ ବେହେରା,ପଦ୍ମପୁର ପଂଚାୟତ କାର୍ଯ୍ୟାଳୟରେ ସରପଂଚସ୍ୱର୍ଣ୍ଣଲତା ରାଉତ,ନୂଆପଡା ଠାରେ ଥିବା ‘ଚିତ୍ରୋତ୍ପଳା ବଣିକ ସଂଘ’ ପକ୍ଷରୁ ସଭାପତି ନିରଞ୍ଜନ ଦାସ,ଓସ୍ତର ହାଟ ଠାରେ ଥିବା ସରକାରୀ ହୋମିଓପାଥିକ୍ ଚିକିତ୍ସାଳୟରେ ଡାକ୍ତର ବିଷ୍ଣୁ ଚରଣ ପ୍ରଧାନ ଜାତୀୟ ପତାକା ଉତୋଳନ କରି ସ୍ୱାଧିନତା ଦିବସ ପାଳନ କରିଛନ୍ତି । ଗରଦପୁର ପଂଚାୟତ କାର୍ଯ୍ୟାଳୟରେ ସରପଂଚ ସୁକାନ୍ତି ମୁଦୁଲି,କଳାବୁଦା ପଂଚାୟତ କାର୍ଯ୍ୟାଳୟରେ ସରପଂଚ ପ୍ରକାଶ ଚନ୍ଦ୍ର ସାହୁ,ପାଖଡ ପଂଚାୟତ କାର୍ଯ୍ୟାଳୟରେ ସରପଂଚ ଗୌରାଙ୍ଗ ଚରଣ ପରିଡା,ବଡବେତ୍ରୋ ପଂଚାୟତ କାର୍ଯ୍ୟାଳୟରେ ସରପଂଚ ଦିଲ୍ଲୀପ୍ କୁମାର ନାୟକ,ତଳକୁସୁମା ପଂଚାୟତ କାର୍ଯ୍ୟାଳୟରେ ସରପଂଚ ମମତା ନାୟକ,ମଧୁ ପଂଚାୟତ କାର୍ଯ୍ୟାଳୟରେ ସରପଂଚ ଅରୁଣ କୁମାର ନାୟକ,ପଳସୁଧା ପଂଚାୟତ କାର୍ଯ୍ୟାଳୟରେ ସରପଂଚ ଅନୁଜ କୁମାର ମହାନ୍ତି,ତେଣ୍ଡାକୁଡା ପଂଚାୟତ କାର୍ଯ୍ୟାଳୟରେ ସରପଂଚ ମଳୟା ବାସିନି ମହାନ୍ତି,ସାନଅଢଙ୍ଗା ପଂଚାୟତ କାର୍ଯ୍ୟାଳୟରେ ସରପଂଚ ସ୍ୱର୍ଣ୍ଣପ୍ରଭା ନାୟକ,ଭଗବାନପୁର ପଂଚାୟତ କାର୍ଯ୍ୟାଳୟରେ ସରପଂଚ ସୁବାଷିନି ସାହୁ,ବଙ୍ଗାଳପୁର ପଂଚାୟତ କାର୍ଯ୍ୟାଳୟରେ ସରପଂଚ ରେଣୁକା ସାମଲ,ନଡିଆବରାଇ ପଂଚାୟତ କାର୍ଯ୍ୟାଳୟରେ ସରପଂଚ ଦିପିକା ପ୍ରିୟଦର୍ଶନୀ,ରାମଚନ୍ଦ୍ରପୁର ପଂଚାୟତ କାର୍ଯ୍ୟାଳୟରେ ସରପଂଚ ରୋଜାଲିନ ସେଠୀ ,ବନ୍ତଳା ପଂଚାୟତର ସରପଂଚ ନିଳୀମା ସାମଲ ଓ ତିକନପୁର ପଂଚାୟତ କାର୍ଯ୍ୟାଳୟରେ ସରପଂଚ ଆରତି ମଲ୍ଲିକ ଜାତୀୟ ପତାକା ଉତୋଳନ କରି ସ୍ୱାଧିନତା ଦିବସ ପାଳନ କରିଛନ୍ତି । କୋରୁଆ ହାଇସ୍କୁଲର ପ୍ରଧାନ ଶିକ୍ଷକ ତନ୍ମୟ କୁମାର ବେଉରା,ନଇନ୍ଦିପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ନୃସିଂହ ଚରଣ ମଲ୍ଲିକ ଓ କଳାବୁଦା ହାଇସ୍କୁଲର ପ୍ରଧାନ ଶିକ୍ଷକ ଗୋପବନ୍ଧୁ ମିଶ୍ର ଜାତିୟ ପତାକା ଉତୋଳନ କରି ସ୍ୱାଧିନତା ଦିବସ ପାଳନ କରିଛନ୍ତି । ପାଟକୁରାସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଆଶ୍ରମରେ ଭରତ ଚନ୍ଦ୍ର ମିଶ୍ର,ବିଚଣା ଠାରେ ଥିବା ‘ଶାନ୍ତ ମୈତ୍ରୀ’ ସ୍ୱେଛାସେବୀ ଅନୁଷ୍ଠାନରେ ପରିଚାଳନା ନିର୍ଦ୍ଦେଶକ ଭଗବାନ ଜେନା ଜାତିୟ ପତାକା ଉତୋଳନ କରି ସ୍ୱାଧିନତା ଦିବସ ପାଳନ କରିଛନ୍ତି । ସେହିପରି ପାଟକୁରା ଠାରେ ଥିବା ଗ୍ରାମ୍ୟ ବ୍ୟାଙ୍କ,ଟେଲିଫୋନ ଅଫିସ୍, ହରିଦାସପୁର ଠାରେ ଥିବା ପଂଚାୟତ ନାଗମଣୀ ହାଇସ୍କୁଲ,ନୂଆପଡା ଠାରେ ଅବସରପ୍ରାପ୍ତ ସାମରିକ କର୍ମଚାରୀ ସଂଘ ଓ ସରସ୍ୱତୀ ଶିଶୁ ମନ୍ଦିର ପକ୍ଷରୁ ଜାତୀୟ ପତାକା ଉତୋଳନ କରାଯାଇ ସ୍ୱାଧିନତା ଦିବସ ପାଳନ କରାଯାଇଥିବାବେଳେ,ଅଂଚଳରେ ଥିବା ସମସ୍ତ ପ୍ରାଥମିକ ସ୍କୁଲ,ହାଇ ସ୍କୁଲ,ଅଙ୍ଗନୱାଡି କେନ୍ଦ୍ର,ସ୍ୱେଛାସେବୀ ଅନୁଷ୍ଠାନ ଓ ସରକାରୀ ବେସରୀକାରୀ ସଂସ୍ଥାମାନଙ୍କରେ ଜାତୀୟ ପତାକା ଉତୋଳନ କରାଯାଇ ଦେଶର ୭୩ ତମ ସ୍ୱାଧିନତା ଦିବସକୁ ଆଡମ୍ବର ସହକାରେ ପାଳନ କରାଯାଇଛି । ଓଡ଼ିଶା ସମାଚାର