Friday , September 29 2023
Breaking News
Home / ଶିକ୍ଷା /   କେନ୍ଦ୍ରାପଡା କଲେଜରେ ସ୍ୱାଧୀନତା ଦିବସ ପାଳିତ

  କେନ୍ଦ୍ରାପଡା କଲେଜରେ ସ୍ୱାଧୀନତା ଦିବସ ପାଳିତ

 କେନ୍ଦ୍ରାପଡା ୧୬/୦୮/୨୦୧୯(ଓଡ଼ିଶା ସମାଚାର)-୭୩ତମ ସ୍ୱାଧୀନତା ଦିବସ ଅବସରରେ କଲେଜ ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଥିବା ସମସ୍ତ ବରପୁତ୍ରଙ୍କ ପ୍ରତିିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଜାତୀୟ ପତାକା ଉତୋଳନ କରିଥିଲେ । ମହାବିଦ୍ୟାଳୟର ଉଭୟ ବାଳକ ଓ ବାଳିକା କ୍ୟାଡେଟମାନେ କ୍ୟାପଟେନ ମନୋରଞ୍ଜନ ମହାନ୍ତି ଓ ଲେଫଟନାଂଟ ସୀମା ମହାନ୍ତିଙ୍କ ନେତୃତ୍ୱରେ ପ୍ୟାରେଡ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା, ଅଧ୍ୟାପକ ରଞ୍ଜିତ କୁମାର ଦାସ, ପୂର୍ଣ୍ଣମାସୀ ପଣ୍ଡା, ରମାକାନ୍ତ ମହାନ୍ତି,ଅଶୋକ କୁମାର ଦାସ, ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ସେହିପରି ଛାତ୍ରୀନିବାସରେ ଅଧିକ୍ଷକ ବିଶ୍ୱରଞ୍ଜନ ପୁହାଣ,ନିମାଇଁଚରଣ ଦାସ ଛାତ୍ରନିବାସରେ ଅଧିକ୍ଷକ ଗୈାରପ୍ରସାଦ ଷଡଙ୍ଗୀ ପତାକା ଉତୋଳନ କରିଥିଲେ । ଜାତିର ଜନକ ମହାତ୍ମାଗାମନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକ ଉପଲକ୍ଷେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କଲେଜ ଖେଳପଡିଆରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ପ୍ୟାରେଡରେ କଲେଜର ଏନ.ସି.ସି.ବିଭାଗ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିଲେ । ଜିଲ୍ଲା ସ୍ତରୀୟ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ବର୍ଦ୍ଧନା ଅବସରରେ କଲେଜ ଅଧ୍ୟକ୍ଷ ସଂଗ୍ରାମୀମାନଙ୍କ ଉଦେଶ୍ୟରେ ମାନପତ୍ର ପାଠ କରିଥିଲେ । ଶେଷରେ କଲେଜ ଅଧ୍ୟକ୍ଷ ଡଃ.ତ୍ରିପାଠୀ ଏନ.ସି.ସି.କ୍ୟାଡେଟମାନଙ୍କୁ ସମ୍ବୋଧିତ କରି ଦେଶମାତୃକାର ସେବା କରିବା ପାଇଁ  ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *