ରଘୁନାଥପୁର, ୧୬/୦୮/୨୦୧୯(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ପାଟେଣିଗାଁସ୍ଥିତ ବର୍ତିଶାଖା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇ ଯାଇଛି । କେନ୍ଦ୍ର ସଂଚାଳିକା ଉମା ଭଉଣୀ ଏହି ପବିତ୍ର ଦିବସରେ ଶିଶୁ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ରାକ୍ଷୀ ବାନ୍ଧି ଶୁଭ ମନାସିଥିଲେ । ଆତ୍ମା ସହ ପରମ ଆତ୍ମାର ମିଳନ ହେଉଛି ଏହି ସମ୍ପର୍କରେ ଡ଼ୋରୀ । ପଂଚ ବିକାରରୁ ମୁକ୍ତ ହୋଇ ଆତ୍ମାକୁ ଶୋଧିତ କରିପାରିଲେ ଜୀବନରେ ସୁଖ ମିଳିବା ସହ ସମାଜରେ ପ୍ରତିଷ୍ଠିତ ହୋଇ ପାରିବ ବୋଲି ସେ ମତ ବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ଅଧ୍ୟକ୍ଷ ସରୋଜ କୁମାର ପଣ୍ଡା, ପୂର୍ବତନ ବିଆରସିସି ସଦାଶିବ ବିଶ୍ୱାଳ, ପୂର୍ବତନ ଶିକ୍ଷା ପରିଦର୍ଶକ ନୀରଂଜନ ପାତ୍ର, ସ୍ୱାମୀ ଅରୂପାନନ୍ଦ କଲେଜର ପୂର୍ବତନ ଅଧ୍ୟକ୍ଷ ଅଜୟ କୁମାର ଦାସ, ଅମୂଲ୍ୟ କୁମାର ସ୍ୱାଇଁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଭପସ୍ଥିତ ହୋଇ ବହୁ ଉପାଦେୟ ମନ୍ତବ୍ୟ ରଖିଥିଲେ । ମିନତୀ ଭଉଣୀ ଧନ୍ୟବାଦ ଅର୍ପଣ କରିଥିବାବେଳେ ତଅଁରା ସରପଂଚ କବିତା ନାୟକ, ଜଗନ୍ନାଥପୁର ସରପଂଚ ପୁଷ୍ପଲତା ସୂତାର,ରାମଚନ୍ଦ୍ର ସ୍ୱାଇଁ, ଶ୍ରୀନିବାସ ଭାଇ, ସନା ଭାଇ, ପିଂଟୁ ଭାଇ, ଚନ୍ଦ୍ରମଣି ଭାଇ, ଟୁକୁନା ଭାଇ, ସବିତା ଭଉଣୀ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
Check Also
ଉପାନ୍ତ ଅଞ୍ଚଳବାସୀଙ୍କ ଆଉ ଏକ ଉଦାହରଣ : ବାଉଁଶ ନଳୀ ଖଞ୍ଜି ପାହାଡ଼ି ଝରଣାର ପାଣି ଗାଁ ମୁଣ୍ଡକୁ ଆଣିଲେ
ବାଲିଗୁଡା,୨୬/୦୬/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ବାରମ୍ବାର ନେହୁରା ହୋଇଥିଲେ ବି କେହି ଶୁଣି ନଥିଲେ୨ କିଲୋମିଟର ପାହାଡ଼ି ଝରଣାରୁ ଗାଁ …