Sunday , October 1 2023
Home / ବିଶେଷ / ହିରାକୁଦ ୧୬ ଟି ଗେଟ ଖୋଲିବ

ହିରାକୁଦ ୧୬ ଟି ଗେଟ ଖୋଲିବ

ସମ୍ବଲପୁର,୧୫/୦୮/୨୦୧୯(ଓଡ଼ିଶା ସମାଚାର)-ଗତକାଲି ହିରାକୁଦ ଡ଼୍ୟାମ ରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଥିଲା । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଗତକାଲି ବିଧବବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇ ଜିଲାପାଳଙ୍କ ଉପସ୍ଥିତିରେ ମାତ୍ର ଗୋଟିଏ ଗେଟ ଖୋଲାଯାଇଥିଲା ଓ ତାହା ଅପରାହ୍ନରେ ବନ୍ଦ କରିଦିଆଯାଇଥିଲା । ଆଜି ପୁଣି ହିରାକୁଦ ଡ଼୍ୟାମ ରୁ ବନ୍ୟାଜଳ ଛଡ଼ାଯିବ । ଆଜି ସମୁଦାୟ ୧୬ ଟି ଗେଟ ଖୋଲାଯିବ । ପର୍ଯ୍ୟାୟ କ୍ରମେ ଆଜି ୧୬ ଟି ଗେଟ ଖୋଲାଯିବ । ଗତକାଲି ଛଡ଼ାଯାଇଥିବା ବନ୍ୟାଜଳ ଆଜି ମୁଣ୍ଡୁଳି ଠାରେ ପହଂଚିବା ପରେ ଆଜି ଛଡ଼ାଯାଉଥିବା ବନ୍ୟାଜଳ ମୁଣ୍ଡୁଳିରେ ପହଂଚିବାକୁ ୩୬ ଘଂଟା ଲାଗିବ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *