କେନ୍ଦ୍ରାପଡା ୧୫/୦୮/୨୦୧୯(ଓଡ଼ିଶା ସମାଚାର)-୭୩ତମ ସ୍ୱାଧୀନତା ଦିବସ ଅବସରରେ କେନ୍ଦ୍ରପଡା ଜିଲ୍ଲା ସ୍ତରୀୟ ମିଳିତ ପ୍ୟାରେଡରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିବାଦନ ଗ୍ରହଣ କରି ବକ୍ତବ୍ୟ ପ୍ରଦାନ କରିବା ପରେ ବାରିମୂଳ ସ୍ଥିତ ଉପକାରାଗରରେ କଏଦୀ ମାନଙ୍କୁ ମିଷ୍ଟାନ ବଂଟନ କରିଥିଲେ । ଜେଲରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ବାଟରେ ଆନନ୍ଦ ମାର୍ଗରେ କିଛି ସମୟ ପାଇଁ ଅଟକିଥିଲେ । ସେଠାରେ ଥିବା ଦୁଃଖିନୀ କନିକା ପୁସ୍ତକର ରଚୟିତା ସଂଗ୍ରାମୀ ତଥା ବିପ୍ଳବୀ କବି ଆନନ୍ଦଚନ୍ଦ୍ର ଜେନାଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ମନ୍ତ୍ରୀଙ୍କ ସହିତ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ଜିଲ୍ଲାପରିଷଦ ସଭାପତି ମାନସ କୁମାର ପରିଡା, ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧିକ୍ଷକ ନୀତି ଶେଖର, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ରାଜେଶ ଦାସ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରି ବିପ୍ଳବୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ସଭାପତି କରୁଣାକର ଦାସ, ଉପସଭାପତି ପ୍ରଦୀପ କୁମାର ଦାଶ, ସମ୍ପାଦକ ରମଣୀ ରଂଜନ ରାଉତରାୟ, ସଙ୍ଗଠନ ସମ୍ପାଦକ ଧିରେନ୍ଦ୍ର କୁମାର ଦାସ,ସହକାରୀ ସମ୍ପାଦକ ଶେଷଦେବ ଦାସ,ସରକାରୀ ଓକିଲ ସଂଜୟ କୁମାର ଜେନା,ସେକ ଅଜିମୁଦିନ,ଗଗନ ବିହାରୀ ଜେନା,ନୀରଞ୍ଜନ ବଳ, ମାନସ ରଂଜନ ଧଳ, ଇତିହାସ ଲେଙ୍କା, ରମାକାନ୍ତ ସ୍ୱାଇଁ, ମନୋଜ ସାହୁ,ପୁଷ୍ପଲତା ଚିନେରା,ଦିଲିପ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
