ଏରସମା, ୧୫/୦୮/୨୦୧୯(ଓଡ଼ିଶା ସମାଚାର)- ଏରସମା ବ୍ଲକ ଜିରାଇଲୋ ପଂଚାୟତର ଜିରାଇଲୋ ନମୌଜି ହାଇସ୍କୁଲର ସୁନାମଧନ୍ୟା ଶିକ୍ଷୟିତ୍ରୀ ଭାରତୀ ମହାନ୍ତିଙ୍କର ଅବସର ଗ୍ରହଣ ଉପଲକ୍ଷେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଏରସମା ବ୍ଲକର ଓଷ୍ଟାର ସଭାପତି ରଂଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦ ଓ ନମୈାଜି ହାଇସ୍କୁଲର ମିଳିତ ସହଯୋଗରେ ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଷ୍ଟାର ରାଜ୍ୟ ସମ୍ପାଦକ ବସନ୍ତ କୁମାର ଦାସ ,ମୁଖ୍ୟ ବକ୍ତା ଜିଲା ଓଷ୍ଟା ସମ୍ପାଦକ ନାରାୟଣ ଚନ୍ଦ୍ର ବାରିକ,ସମ୍ମାନିତ ଅତିଥି ଭାବେ ଜିରାଇଲୋ ସରପଂଚ ଯଶୋବନ୍ତ ନାରାୟଣ ଦାସ,ସମାଜସେବୀ ସୁବୋଧ କୁମାର ସ୍ୱାଇଁ,ଏରସମା ଓଷ୍ଟା ସମ୍ପାଦକକ ଅଜିତ କୁମାର ଲେଙ୍କା,ପୂର୍ବତନ ପ୍ରଧାନ ଶିକ୍ଷକ ବଂଶୀଧର ସ୍ୱାଇଁ,ଓଷ୍ଟା ଜିଲା ଉପସଭାପତି କବୟିତ୍ରୀ ବସନ୍ତ ମଞ୍ଜରୀ ଦାସ,ପୂର୍ବତନ ଏରସମା ଓଷ୍ଟା ସମ୍ପାଦକ ଅଭୟ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଶିକ୍ଷୟିତ୍ରୀ ଭାରତୀ ମହାନ୍ତିଙ୍କର ଏହି ଶିକ୍ଷାନୁଷ୍ଠାନରେ ଦୀର୍ଘ ବର୍ଷର ତ୍ୟାଗ ଓ ନିଷ୍ଠାକୁ ଉଚ୍ଚ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଦାୟକାଳୀନ ସଙ୍ଗୀତ ଗାନ କରାଯାଇଥିଲା । ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ମହାନ୍ତିଙ୍କୁ ଏହି ଶିକ୍ଷା ଅନୁଷ୍ଠାନ ଓ ଛାତ୍ରଛାତ୍ରୀଙ୍କ ତରଫରୁ ଭବ୍ୟ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ସେଠାରେ ଏକ ଭାବ ବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା । ଓଡ଼ିଶା ସମାଚାର