Wednesday , December 8 2021
Home / ବିଶେଷ / ଲାଲ କିଲା ରୁ ପ୍ରଧାନମନ୍ତ୍ରୀ ଙ୍କ ସନ୍ଦେସ – ଭାରତ ହେବ ପ୍ଲାଷ୍ଟିକ ମୁକ୍ତ

ଲାଲ କିଲା ରୁ ପ୍ରଧାନମନ୍ତ୍ରୀ ଙ୍କ ସନ୍ଦେସ – ଭାରତ ହେବ ପ୍ଲାଷ୍ଟିକ ମୁକ୍ତ

ନୂଆଦିଲୀ / ଭୁବନେଶ୍ୱର, ୧୫/୦୮/୨୦୧୯(ଓଡ଼ିଶା ସମାଚାର)- ସାରା ଦେଶରେ ଆଜି ଆନନ୍ଦ ଉଲାସ ମଧ୍ୟରେ ୭୩ତମ ସ୍ୱାଧୀନତା ଦିବସ ପାଳିତ ହେଉଛି । ଆଜି ରାତି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯର୍୍ୟକ୍ରମ ମଧ୍ୟ ରହିଛି । ଏହି ପବିତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଲାଲକିଲା ପ୍ରାଚୀର ଉପରେ ଜାତୀୟ ପତାକା ଉତୋଳନ କରିଥିଲେ । ପତାକା ଉତୋଳନ କରି ପ୍ରଧାନମନ୍ତ୍ରୀ କହିଲେ ରାଜନୀତି ଆସିବ ଆଉ ଯିବ କିନ୍ତୁ ଦେଶ ର ସ୍ୱାର୍ଥ ପାଇଁ ନିଆଯାଇଥିବା ପଦକ୍ଷେପ ସବୁ ଗୁରୁତ୍ୱପୂର୍ଣ୍ଣ । ସଂଯୋଗ ବଶତଃ ଆଜିର ଦିନରେ ରକ୍ଷା ବନ୍ଧନ ତିଥି ପଡ଼ିଥିବାରୁ ଏହି ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଛା ଜଣାଇଥିଲେ । ଏଥିସହିତ ଦେଶର ବନ୍ୟା ପ୍ଲାବିତ ଲୋକ ମାନଙ୍କ ପାଇଁ ଉଦବେଗ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ସ୍ୱାଧୀନତା ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରିଥିଲେ । ଦ୍ୱିତୀୟ ଥର କ୍ଷମତାକୁ ଆସିବାର ୧୦ ସପ୍ତାହ ମଧ୍ୟରେ ସରକାର ଗ୍ରହଣ କରିଥିବା ଉଲେଖନୀୟ ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ କହିଲେ ଧାରା ୩୭୦ ଓ ୩୫(କ) ଉଛେଦ ହେଉଛି ସର୍ଦ୍ଦାର ବଲଭ ଭାଇ ପଟେଲ ଙ୍କ ସ୍ପପ୍ନ କୁ ସାକାର କରିବା ଦିଗରେ ଅଗ୍ରସର ହେବା । ଗତ ୭୦ ବର୍ଷ ରେ ଉଛେଦ କରାଯାଇ ପାରିନଥିବା ୩୭୦ ଧାରାକୁ ଆମ ସରକାର ଉଛେଦ କରିବାକୁ ନିଷ୍ପତି ଗ୍ରହଣ କରିଥିଲା । ଗୋଟିଏ ଦେଶ – ଗୋଟିଏ ସମ୍ବିଧାନ । ଜମ୍ମୁ ଓ କାଶ୍ମୀର ଏବଂ ଲଦାଖ ର ପୁରୁଣା ବ୍ୟବସ୍ଥା ଦୁର୍ନୀତି ଓ ପରିବାରବାଦକୁ ଉତ୍ସାହିତ କରୁଥିଲା । ମହିଳା, ଶିଶୁ , ଦଳିତ ଓ ଜନଜାତି ସମ୍ପ୍ରଦାୟ ଙ୍କ ଅଧିକାର ପ୍ରତି ଅନ୍ୟାୟ ହେଉଥିଲା । ଯଦି ୩୭୦ ଧାରା ଏତେ ଗୁରୁତ୍ୱପୂର୍ଣ୍ଣ ତେବେ ତାହାକୁ ସ୍ଥାୟୀ କରାଯାଇନଥିଲା କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ । ତିନ ତଲାକ କୁ ଅପରାଧ ଭାବେ ଘୋଷଣା କରାଯାଇଥିବା ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ତିନ ତଲାକ ଭୟ ଆମ ମୁସଲମାନ ମହିଳାଙ୍କୁ ସବୁବେଳେ ଅନୁଧାବନ କରୁଥିଲା । ତିନ ତଲାକ ଯୋଗୁ ଦୁଃଖ ଭୋଗୁଥିବା ମୁସଲମାନ ମହିଳାମାନେ ପବିତ୍ର । ଏହି ପ୍ରଥା ର ଆମେ ଅବସାନ ଘଙ୍କାଇଲୁ । ଯଦି ସତୀଦାହ ପ୍ରଥା ଓ ଯୌତୁକ ପ୍ରତା ନିଷିଦ୍ଧ ହୋଇ ପାରିଲା , ତିନ ତଲାକ କାହିଁକି ନିଷିଦ୍ଧ ନହେବ ? । ତେଣୁ ଏହାକୁ ଆମେ ଅପରାଧ ଘୋଷଣା କଲୁ । ଆଗାମୀ ୫ ବର୍ଷ ଆମକୁ କଠୋର ପରିଶ୍ରମ କରିବାକୁ ପଡ଼ିବ । ଦେଶକୁ ଗରୀବୀରୁ ମୁକ୍ତ କରିବାକୁ ପଡ଼ିବ । ଜଳର ମହକ୍ର କୁ ପିତାମାତା ପିଲା ମାନଙ୍କୁ ଶୈଶବରୁ ଶିକ୍ଷା ଦେବା ଉଚିତ । ଜଳ ଶକ୍ତି ମିଶନ ନାମରେ ଏକ ମନ୍ତ୍ରଣାଳୟ ଖୋଲାଯାଇଛି । ଜଳ ସଂଚୟ ପ୍ରତି ଗୁରୁତ୍ୱ ଦିଆଯିବ । ଭାରତ ହେବ ପ୍ଲାଷ୍ଟିକ ମୁକ୍ତ । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତିରୁ ଭାରତରେ ପ୍ଲାଷ୍ଟିକ ବ୍ୟବହାର ବନ୍ଦ ହେବ । ମେଡ଼ ଇନ ଇଣ୍ଡିଆ ପ୍ରଡ଼କ୍ଟସ ହେବ ଆମର ପ୍ରାଥମିକତା । ସେହିପରି ଡ଼ିଜିଟାଲ ପେମେଂଟ କୁ ଗୁରୁତ୍ୱ ଦିଆଯିବା ସହ ନଗଦ କାରବାରକୁ ନାଁ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *