Saturday , October 23 2021
Home / ବିଶେଷ /  ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ – ଗାନ୍ଧୀ ଜୟନ୍ତିରୁ ମୋ ସରକାର  କାର୍ଯ୍ୟକ୍ରମ 

 ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ – ଗାନ୍ଧୀ ଜୟନ୍ତିରୁ ମୋ ସରକାର  କାର୍ଯ୍ୟକ୍ରମ 

 ଭୁବନେଶ୍ୱର, ୧୫/୦୮/୨୦୧୯(ଓଡ଼ିଶା ସମାଚାର)-  ସାରା ଦେଶରେ ଆଜି ଆନନ୍ଦ ଉଲାସ ମଧ୍ୟରେ ୭୩ତମ ସ୍ୱାଧୀନତା ଦିବସ ପାଳିତ ହେଉଛି । ରାତି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯର୍୍ୟକ୍ରମ ମଧ୍ୟ ରହିଛି । ଏହି ପବିତ୍ର ଦିବସ ଅବସରରେ ମହାତ୍ମାଗାନ୍ଧୀ ମାର୍ଗ ପରିବର୍ତେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ଏହି ପବିତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଛା ଜଣାଇଥିଲେ । ଏହି ଅବସରରେ ସୁବାଷଚନ୍ଦ୍ର ବୋଷ, ଡ଼ଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ପ୍ରମୁଖ ଓଡ଼ିଶାର ବରପୁତ୍ର  ଙ୍କ ସ୍ମୃତି ଚାରଣ କରିଥିଲେ । ଅମର ଯବାନ ମାନଙ୍କୁ ମଧ୍ୟ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ତ୍ୟାଗ, ବଳିଦାନକୁ ମନେ ପକାଇଥିଲେ । ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତି ରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି  ଏହି ଅବସରରେ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି କି  ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ସିଧାସଳଖ ଲୋକମାନଙ୍କ ସହିତ ଟେଲିଫୋନ ରେ କଥା ହୋଇ ଲୋକମାନଙ୍କ ସମସ୍ୟା ବୁଝିବେ । ପ୍ରଥମେ ଅକ୍ଟୋବର ୨ ତାରିଖରୁ ଏହା ସମସ୍ତ ଥାନା ଓ ଡ଼ାକ୍ତରଖାନାରୁ ଆରମ୍ଭ ହେବ । ପରେ ମାର୍ଚ ୧୫ ତାରିଖରୁ ଏହା ସମସ୍ତ ବିଭାଗରେ ଲାଗୁ ହେବ । ଥାନାରୁ କିଭଳି ବ୍ୟବହାର ମିଳୁଛି , ଥାନା ରୁ ସହଯୋଗ ମିଳୁଛି କି ନାହିଁ , ଡ଼ାକ୍ତରଖାନାରୁ କିଭଳି ଚିକିତ୍ସା ସେବା କେମିତି ମିଳୁଛି ଇତ୍ୟାଦି ନିଯେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ସିଧାସଳଖ ଲୋକଙ୍କ ସହିତ ଫୋନ ରେ କଥା ହେବେ ବୋଲି କହିଥିଲେ ।  ଏହା ଲୋକ ଓ ସରକାର ମଧ୍ୟରେ ସମ୍ପର୍କ ବଢ଼ାଇବ । ଓଡ଼ିଶା ସମାଚାର

About admin

Check Also

“ଯୁବଶକ୍ତି”  ପକ୍ଷରୁ ମାକ୍ସ ଓ ସାନିଟାଇଜର ବଣ୍ଟନ

ପରଜଙ୍ଗ, ୨୨/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି “ଯୁବଶକ୍ତି” ସ୍ବେଚ୍ଛାସେବୀ ସଙ୍ଗଠନ ଢେଙ୍କାନାଳ ପକ୍ଷରୁ ଜୟପରା କାଟେଣି ଗ୍ରାମ ପଞ୍ଚାୟତ ମୁଣ୍ଡା ସାହି …

Leave a Reply

Your email address will not be published. Required fields are marked *