Friday , September 22 2023
Breaking News
Home / ବିଶେଷ / ଦୀନଦୟାଲ ଉପାଧ୍ୟୟ ଗ୍ରାମୀଣ କୌଶଳ ଯୋଜନାରେ ୬୦୮ ଯୁବକଯୁବତୀ ନାମ ପଞ୍ଜୀକରଣ କଲେ

ଦୀନଦୟାଲ ଉପାଧ୍ୟୟ ଗ୍ରାମୀଣ କୌଶଳ ଯୋଜନାରେ ୬୦୮ ଯୁବକଯୁବତୀ ନାମ ପଞ୍ଜୀକରଣ କଲେ

ତିର୍ତୋଲ, ୧୫/୦୮/୨୦୧୯(ଓଡ଼ିଶା ସମାଚାର)- ବୁଧବାର ତିର୍ତୋଲ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ବ୍ଲକସ୍ତରୀୟ ଦୀନଦୟାଲ ଉପାଧ୍ୟୟ ଗ୍ରାମୀଣ କୌଶଳ ଯୋଜନାରେ ପ୍ରଶିକ୍ଷଣ ପାଇଁ ୧୮ବର୍ଷର ବେକାର ଯୁବକ ଯୁବତୀଙ୍କୁ କାଉନସେଲିଂ କରାଯାଇ ନାମପଞ୍ଜୀକରଣ କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରାରମ୍ଭରେ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ବ୍ଲକ ଉପାଧ୍ୟକ୍ଷ ଆଶିଷ ସେଠୀ, ବିଡିଓ ରଞ୍ଜନ କୁମାର ପରିଡା, ଓରମାସ ଜିଲା ମୁଖ୍ୟ ସତ୍ୟସୁନ୍ଦର ଶିବମ ପାଟିଲ, ପ୍ରଭାତ ରଞ୍ଜନ ଦାସ, ଜିଲା ଦକ୍ଷତା ବିକାଶ ସହକାରୀ ସଂଯୋଜକ ପବିତ୍ର ମୋହନ ସ୍ୱାଇଁ, ଗ୍ରାମ୍ୟ ଉନ୍ନୟନ୍ନ ସଂସ୍ଥାର ଏପିଡି(ପ୍ରଶିକ୍ଷିଣ) ପ୍ରସନ୍ନ ସାହୁ ପ୍ରମୁଖ ଯୋଗଦେଇ ବେକାର ଯୁବକ ଯୁବତୀମାନେ କିପରି ସହଜରେ ନିଯୁକ୍ତି ପାଇ ପାରିବେ ସେ ସମ୍ପର୍କରେ ସୂଚନା ଦେଇଥିଲେ । ସରକାରଙ୍କ ସହ ଅନୁବନ୍ଧିତ ବିଭିନ୍ନ ନିଯୁକ୍ତି ସଂସ୍ଥାର ପ୍ରତିନଧିମାନେ ବିଭିନ୍ନ ଟ୍ରେଡରେ ପ୍ରଶିକ୍ଷିଣ ପାଇଁ ଆବେଦନ କରିବାକୁ ଆସିଥିବା ବ୍ଲକର ବିଭିନ୍ନ ପଂଚାୟତର ବେକାର ଯୁବକଯୁବତୀଙ୍କୁ କାଉନସେଲିଂ କରିଥିଲେ । କିଟ୍, ଉପାସନା, ସିପେଟ, ଏଡୁକେଟ, କେୟାର ୟୁନିଟ, ଗ୍ରାମତରଙ୍ଗ, ସାହି ଏକସ୍ପୋର୍ଟ ସମେତ ୧୫ଟି ନିଯୁକ୍ତି ପ୍ରଶିକ୍ଷଣ ସଂସ୍ଥା ଅଂଶଗ୍ରହଣ କରିଥିଲେ । ସମୁଦାୟ ୬୦୮ ଜଣ ବେକାର ଯୁବକଯୁବତୀ ବିଭିନ୍ନ ଟ୍ରେଡ ପାଇ ପଞ୍ଜିକରଣ କରିଥିଲେ । ଓଡିଶା ଜୀବିକା ମିଶନ ବିପିଏମ ଲିପିକା ଷଡଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲ । ସଂଯୋଜକ ରଶ୍ମିରଞ୍ଜନ ବେହେରା, କାର୍ଯ୍ୟକ୍ରମ ସହାୟିକା ଲୋପାମୁଦ୍ରା ନାୟକ, ରଶ୍ମିରଞ୍ଜନ ସ୍ୱାଇଁ, ଜ୍ୟୋତ୍ସାରାଣୀ ନାୟକ, ସରୋଜିନୀ ବାରିକ ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *