ଜଗତସିଂହପୁର , ୧୫/୦୮/୨୦୧୯(ଓଡ଼ିଶା ସମାଚାର)-ଆଜି ଜଗତସିଂହପୁର ଜିଲ୍ଲ୍ା ସଦର ମହକୁମାସ୍ଥିତ ନବକୃଷ୍ଣ ଚୈଧୁରୀ ଷ୍ଟାଡିୟମ୍ ଠାରେ ୭୩ତମ ଜିଲ୍ଲ୍ାସ୍ତରୀୟ ସ୍ୱାଧିନତା ଦିବସ ଏକ ବର୍ଣ୍ଣାଢ୍ୟ ପରିବେଶରେ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ ଜିଲ୍ଲ୍ାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ । ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧନ କରି ମୁଖ୍ୟ ଅତିଥି କହିଲେ ଆଜି ହେଉଛି ପବିତ୍ର ଦିନ । ଅତୀତର ପୃଷ୍ଠାକୁ ଅବଲୋକନ କଲେ ସାମ୍ରାଜ୍ୟବାଦୀ,ଉପ ନିବେଶବାଦ କବଳରୁ ଆଜିର ଦିନରେ ଭାରତ ବର୍ଷ ସ୍ୱାଧିନତା ଲାଭ କରିଥିଲା । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅଂହିସା ଆନ୍ଦୋଳନ ବଳରେ ଦେଶ ସ୍ୱାଧିନ ହୋଇଥିଲା । ମୁକ୍ତିକାମୀ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ,ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଭଳି ମହାମନିଷୀଙ୍କ ଯୋଗଦାନ ଅବିସ୍ମରଣୀୟ । ଓଡିଶାରେ ସ୍ୱାଧିନତା ଆନ୍ଦୋଳନରେ ଭାଗନେଇଥିବା ଉତ୍କଳମଣୀ ଗୋପବନ୍ଧୁ,ମଧୁସୂଦନ ଦାସ,ମାଳତୀ ଦେବୀ,ନବକୃଷ୍ଣ ଚୈାଧୁରୀଙ୍କ ଭଳି ମହାପୁରୁଷମାନେ ଇତିହାସ ପୃଷ୍ଠାରେ ଚିରସ୍ମରଣୀୟ ହୋଇ ରହିବେ । ଜଗତସିଂହପୁର ଜିଲ୍ଲାର ନବକୃଷ୍ଣ ଚୈାଧୁରୀ,ମାଳତୀ ଦେବୀ,ଗୋପବନ୍ଧୁ ଚୈ÷ାଧୁରୀ,ପ୍ରାଣକୃଷ୍ଣ ପଢିହାରୀ,ଭାଗୀରଥୀ ମହାପାତ୍ର,ରମାଦେବୀଙ୍କ ତ୍ୟାଗପୁତ ଜୀବନ ସ୍ୱାଧିନତା ଆନ୍ଦୋଳନକୁ ଆଗେଇ ନେଇଥିଲା । ପ୍ରାଣକୃଷ୍ଣ ପରିଜାଙ୍କ ବୈଜ୍ଞାନିକ ପ୍ରତିଭାର ପାଦଚିହ୍ନ ଛାଡିଯାଇଛନ୍ତି । ସ୍ୱାଧିନତା ପରେ ଆମ ପ୍ରଗତୀ ବହୁ ଗୁଣିତ ହୋଇଛି । ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ,ବାଣିଜ୍ୟ ଶିଳ୍ପ ଅଭିବୃଦ୍ଧି ପାଇଁ ସମାଜ କଲ୍ୟାଣକାରୀ ବହୁବିଧ ଯୋଜନା ପ୍ରଣୟନ ହୋଇଛି । ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା,ମହାକାଶ ବିଜ୍ଞାନର ଜ୍ଞାନ କୈାଶଳରେ ଆମେ ଆଜି ବହୁ ଆଗରେ । ଏମାଟିର ବରପୁତ୍ର କାଳଜୟୀ ସ୍ରଷ୍ଟାଙ୍କ ପାଇଁ ଜଗତସିଂହପୁର ଆଜି ବିଶ୍ୱବନ୍ଦ୍ୟ ।
ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଶ୍ୱନାଥ ମିଶ୍ର ମୁଖ୍ୟ ଅତିଥିଙ୍କୁ ପତାକା ସ୍ତମ୍ବ ନିକଟକୁ ପାଛୋଟି ନେଇଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥି ସହରରେ ଥିବା ମହାପୁରୁଷ ମାନଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ଜିଲ୍ଲାର ସ୍ୱାଧିନତା ସଂଗ୍ରାମୀ ମାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ପ୍ୟାରେଡ୍ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଜି.ବି ବିଦ୍ୟାପୀଠ, କାଦୁଅପଡା,ଜଗତସିଂହପୁର ପବ୍ଲିକ ସ୍କୁଲ, ସେଣ୍ଟ ଜାଭିୟର ହାଇସ୍କୁଲ ଓ ଶ୍ରୀ ଅରୋବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଙ୍କୁ ମୁଖ୍ୟ ଅତିଥି ସିଲଡ୍ ପ୍ରଦାନ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାୟରେ ମୁଖ୍ୟ ଅତିଥ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ । ପରେ ମୁଖ୍ୟ ଅତିଥି ଆଳିପିଙ୍ଗଳ ସବ୍ଜେଲର ଅନ୍ତେବାସୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ ।
ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସହରରେ ରାମଧୂନ ପରିବେଷଣ କରାଯାଇଥିଲା । ଏହି ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟଦର୍ଶିନୀ ବିଶ୍ୱାଳ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚିଦାନନ୍ଦ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସରୋଜକାନ୍ତ ମହାନ୍ତି, ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଶ୍ରୀ ଲିଙ୍ଗରାଜ ସ୍ୱାଇଁ, ଜିଲ୍ଲାସ୍ତରୀୟ ଅଧିକାରୀ, ଆରକ୍ଷୀ ବାହିନୀ, ଗଣମାଧ୍ୟମର ପ୍ରତିନିଧି, ବୁଦ୍ଧିଜିବୀ, ଜନସାଧାରଣ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର