Sunday , October 1 2023
Home / ବିଶେଷ / ଖାରବେଳ ଭବନ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଉଦଘାଟିତ

ଖାରବେଳ ଭବନ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଉଦଘାଟିତ

ଭୁବନେଶ୍ୱର,୧୫/୦୮/୨୦୧୯(ଓଡ଼ିଶା ସମାଚାର)- ରାଜଧାନୀର ପାୱାର ହାଉସ ଛକ ନିକଟରେ ୧୦ ତାଲା ବିଶିଷ୍ଟ ବହୁ ପ୍ରତିକ୍ଷିତ ଖାରବେଳ ଭବନ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଏହି ଖାରବେଳ ଭବନରେ ପାର୍କିଂ ସ୍ଥଳ ଓ ୮ମ ମହଲାରେ ଥିବା ୧୦୦ ଆସନ ବିଶିଷ୍ଟ କନଫରେନ୍ସ ହଲ ରହିଛି । ୫ମ ମହଲାରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ନବ ନିର୍ମିତ ଖାରବେଳ ଭବନରେ ଶିଳ୍ପ, ବାଣିଜ୍ୟ ଓ ପରିବହନ, ଅଣୁ ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଇଲୋକଟ୍ରୋନିକ ଓ ସୂଚନା ପ୍ରଯୁକ୍ତି , ଶ୍ରମ ଏବଂ କର୍ମଚାରୀ ବୀମା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ,ବିଜ୍ଞାନ ଓ କାରିଗରୀ, ହସ୍ତତନ୍ତ ଓ ହସ୍ତ ଶିଳ୍ପ, ଜଙ୍ଗଲ ଓ ପରିବେଶ,ନଗର ଉନ୍ନୟନ ଏବଂ ଶକ୍ତି ବିଭାଗ କାର୍ଯ୍ୟ କରିବ । ବିଭାଗୀୟ ସଚିବ ମାନେ ଏହି ଭବନରେ ବସିବେ । କେଉଁ ବିଭାଗ କେଉଁ ମହଲାରେ ରହିବ ସେ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ତାଲିକା ପ୍ରକାଶ ପାଇଛି । ୧ମ ମହଲାର ପୂର୍ବ ଏବଂ ପଶ୍ଚିମ ବ୍ଲକ୍ ରେ ପ୍ରତୀକ୍ଷାଳୟ ,ଅଭ୍ୟର୍ଥନା ପ୍ରକୋଷ୍ଠ ,ସମ୍ମିଳନୀ କକ୍ଷ , କାନଟିନ ଓ କାଫେ ରହିବ । ୮ମ ମହଲାରେ ସମ୍ମିଳନୀ କକ୍ଷ ଓ ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ସ୍ୱତନ୍ତ୍ର କକ୍ଷ ସହିତ ଅଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ ରହିବ ବୋଲି ଜଣାପଡ଼ିଛି । ୨୦୧୬ ମସିହା ମାର୍ଚ ମାସରେ ଏହି ଭବନର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଫଣି ବାତ୍ୟା ଓ ନିର୍ବାଚନ ଯୋଗୁ ଉଦଘାଟିତ ହୋଇ ପାରିନଥିଲା । ୧୩୭ କୋଟି ଟଙ୍କା ବ୍ୟୟରେ ଏହି ଭବନ ନିର୍ମାଣ କରାଯାଇଥିବା ବିଭାଗୀୟ ମୁଖ୍ୟଯନ୍ତ୍ରୀ ଙ୍କ ଠାରୁ ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *