Tuesday , February 7 2023
Breaking News
Home / ବିଶେଷ / କେନ୍ଦ୍ରାପଡାରେ ୭୩ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

କେନ୍ଦ୍ରାପଡାରେ ୭୩ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

କେନ୍ଦ୍ରାପଡା ୧୫/୦୮/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡାରେ ୭୩ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଓଡିଶାର ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ଜାତୀୟ ପତାକା ଉତୋଳନକରି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ ପୂର୍ବକ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ । ମୁଖ୍ୟ ଅତିଥି ସମସ୍ତ ଜିଲ୍ଲାବାସୀଙ୍କୁ ସ୍ୱାଧୀନତାଦିବସର ଅଭିନନ୍ଦନ ଜଣାଇବା ସହିତ ଜାତିରଜନକ ମହାତ୍ମାଗାନ୍ଧୀ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ମୈାଲାନା ଅବଦୁଲ କାଲାମ ଆଜାଦ, ଡଃ.ହରେକୃଷ୍ଣ ମହତାବ, ସହୀଦ ଲକ୍ଷ୍ମଣ ନାୟକ, ବୀର ସୁରେନ୍ଦ୍ର ସାଏ, ଆନନ୍ଦ ଚନ୍ଦ୍ର ଜେନା,ବାସୁ ସେଠୀ,ବିସୁନି ମଢୁଆଳ ପ୍ରମୁଖ ମହାମନିଷୀ ଓ ଯୋଦ୍ଧାମାନଙ୍କର ବୀରତ୍ୱ ସମ୍ପର୍କରେ ବର୍ଣ୍ଣନା କରିବା ସହ ସ୍ୱାଧୀନତା ସଂଗ୍ରାମରେ ଯେଉଁମାନେ ନିଜକୁ ଝାସଦେଇ ଭାରତବର୍ଷକୁ ସ୍ୱାଧୀନତା ଦେଇଗଲେ ସେମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେହିପରି ମୁଖ୍ୟ ଅତିଥି ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ତ୍ୟାଗ ଓ ଆଦର୍ଶ ଉପରେ ଉଦବୋଧନ ଦେଇ ଓଡିଶାର ବୈପ୍ଳବିକ ପରିବର୍ତନ ପାଇଁ ୧୩ଟି ଜିଲ୍ଲାରୁ ୩୦ଟି ଜିଲ୍ଲାରେ ପରିଣତ କରି ସୂର୍ଗତ ପଟ୍ଟନାୟକ ଯେଉଁ ତ୍ରୀସ୍ତରୀୟ ପଂଚାୟତ ଶାସନର ଅବଦାନ ଦେଇଛନ୍ତି ତାହା ତୃଣମୂଳ ସ୍ତରରେ ଜିଲ୍ଲାର ବିକାଶରେ ନିଶ୍ଚିତ ସହାୟକ ବୋଲି ଉଲ୍ଲେଖ କରି ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସଙ୍କୀର୍ଣ୍ଣତା ଭେଦଭାବ ଭୁଲି ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖି ସାମ୍ବିଧାନିକ ସମ୍ମାନ ସହ କେନ୍ଦ୍ରାପଡା ଜିଲ୍ଲାକୁ ସାରା ବିଶ୍ୱରେ ଶ୍ରେଷ୍ଠ ସ୍ଥାନରେ ପହଁଚାଇବାକୁ ଶପଥ ନେବାକୁ ଆହ୍ୱାନ ଦେଇଥିଲେ । ପରେ ମୁଖ୍ୟ ଅତିଥି ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରକାଶିତ ପାକ୍ଷିକ ନ୍ୟୁଜ ଲେଟରକୁ “କେନ୍ଦ୍ରାପଡା କଥା”କୁ ଉନ୍ମୋଚିତ କରି ଜିଲ୍ଲାର ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ତଥା ୧୧୪ଥର ରକ୍ତଦାନ କରିଥିବା ବ୍ୟକ୍ତିତ୍ୱ ଏ.ଅନ୍ନଦା ପ୍ରସାଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଜିଲ୍ଲା ଟପର ହୋଇଥିବା ସମୀକ୍ଷା ଶର୍ମା,ଆଇ.ସି.ଏସ.ଇ.ଟପର ଅମୃତ ମୋହନ ରାଉତ,ଭିନ୍ନକ୍ଷମ ଓ ସାଧାରଣ ବ୍ୟକ୍ତି ବିବାହ ପ୍ରୋତ୍ସାହନରାଶି ୫୦ହଜାର ଟଙ୍କା ଲେଖାଁଏ ଚେକ ୩ଜଣ ଦମ୍ପତିଙ୍କୁ ପ୍ରଦାନକରି ବାଳିକା ଆତ୍ମରକ୍ଷା କୈାଶଳ ପୋଷାକ ବିତରଣ କରିବା ସହ ଭିନ୍ନକ୍ଷମ ଓ ସାଧାରଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବଂଟନ କରିଥିଲେ । ପ୍ୟାରେଡ ପ୍ରତିଯୋଗୀତାରେ ସିନିଅର ଡିଭିଜନ ଏନ.ସି.ସି.ରେ କେନ୍ଦ୍ରାପଡା ହାଇସ୍କୁଲ,କେନ୍ଦ୍ରାପଡା ମହାବିଦ୍ୟାଳୟ(ବାଳକ),ତୁଳସୀ ମହିଳା ମହାବିଦ୍ୟାଳୟ ଯଥାକ୍ରମେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ,ସିନିଅର ଡିଭିଜନ ସିଭିଲିଆନରେ ସେଂଟ ଜାଭିଅର ହାଇସ୍କୁଲ,କେନ୍ଦ୍ରାପଡା ପବ୍ଲିକ ସ୍କୁଲ ଓ ଅଙ୍କୁର ଶିକ୍ଷା ନିକେତନ ଯଥାକ୍ରମେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ଏବଂ ଜୁନିଅର ଡିଭିଜନ ସିଭିଲିଆନରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ତୁଳସୀ ବିଦ୍ୟା ମନ୍ଦିର ଓ ସତ୍ୟସାଇ ବିଦ୍ୟା ମନ୍ଦିର ଯଥାକ୍ରମେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ସରକାରୀ ପ୍ରଦତ୍ତ ସିଲଡ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ପ୍ୟାରେଡ ପ୍ରତିଯୋଗୀତାରେ ଏ.ପି.ଆର.ଓ ହୋମଗାର୍ଡ,ହାଇସ୍କୁଲ,କଲେଜର ଛାତ୍ରଛାତ୍ରୀ ଏବଂ ପୋଲିସ ବ୍ୟାଣ୍ଡପାର୍ଟିକୁ ନେଇ ମୋଟ ୨୭ଟି ଦଳ ଏହି ପ୍ୟାରେଡରେ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଏହି ଦିବସ ଅବସରରେ ଜଳଶକ୍ତି ଅଭିଯାନରେ ସାମିଲ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ଚାରା ବଂଟନ କରିଥିଲେ । ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ବର୍ଦ୍ଧନା,ସହରର କାକଟଲକ ଟାରୁ ସାନ୍ତସାହି ପର୍ଯ୍ୟନ୍ତ କେନାଲ ବନ୍ଧରେ ବୃକ୍ଷରୋପଣ କରି ଜେଲଖାନାରେ କଏଦୀମାନଙ୍କୁ ମିଷ୍ଟାନ୍ନ ବଂଟନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନ୍ତେବାସୀ ରୋଗୀମାନଙ୍କୁ ଫଳ ବଂଟନ କରିଥିଲେ । ପ୍ୟାରେଡ ପଡିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ସେଂଟ ଯୋଶେଫ ହାଇସ୍କୁଲ,ଭାରତୀ ବିଦ୍ୟା ମନ୍ଦିର,ସଂଜୀବନୀ ବିଦ୍ୟା ମନ୍ଦିର ଏବଂ ଟାଇକୋଣ୍ଡ ଆସୋସିଏସନ ଦ୍ୱାରା ଅନୁଷ୍ଠିତ ହେବା ସହ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ସହରରେ ରାମଧୂନ ପ୍ରଚାର କରାଯାଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବସ୍ତିବାସୀନ୍ଦା ପିଲାମାନଙ୍କୁ ମିଷ୍ଟାନ୍ନ ବଂଟନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ ସଂଯୋଜନା କରିଥିବା ବେଳେ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧିକ୍ଷକ ନୀତି ଶେଖର, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ନକୁଳ ଚରଣ ଦାସ, କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.