କଟକ, ୧୫/୦୮/୨୦୧୯(ଓଡ଼ିଶା ସମାଚାର)-ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ତରଫରୁ କଟକସ୍ଥିତ ପାର୍ଟି କାର୍ଯ୍ୟାଳୟରେ ୭୩ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ପାର୍ଟିର ସଭାପତି ରମେଶ ଚନ୍ଦ୍ର ରାଉତ ଜାତୀୟ ପତାକା ଉତୋଳନ କରିବା ପରେ ଉପସ୍ଥିତ ଥିବା ପାର୍ଟିର କର୍ମଚାରୀଙ୍କ ସମେତ ଶ୍ରୀ ରାଉତ ଜାତୀୟ ସଙ୍ଗୀତ ଗାନ କରିଥିଲେ ଏବଂ ଯେଉଁ ମହାନ୍ ଆତ୍ମ ବଳିଦାନରେ ଦେଶ ଆଜି ସ୍ୱାଧୀନତା ଲାଭ କରିଛି ସେହି ମହାନ୍ ବ୍ୟକ୍ତିଙ୍କ ଆଦର୍ଶରେ ଆଜି ଯୁବ ସମାଜ ଅନୁପ୍ରାଣିତ ହେବା ଉଚିତ୍ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ପାର୍ଟିର ଅନ୍ୟ କର୍ମକର୍ତାଙ୍କ ସମେତ ବହୁ ସାଧାରଣ ଜନତା ଉପସ୍ଥିତ ରହି ପତାକା ଉତୋଳନ କାର୍ଯ୍ୟକ୍ରମକୁ ଭାଗ ନେଇଥିଲେ । ଶେଷରେ ସଭାପତି ଶ୍ରୀ ରାଉତ ଉପସ୍ଥିତ ଥିବା କର୍ମକର୍ତାମାନଙ୍କୁ ମିଷ୍ଟାନ୍ନ ବଂଟନ କରିଥିଲେ । ଓଡ଼ିଶା ସମାଚାର