Monday , September 25 2023
Breaking News
Home / ବିଶେଷ / ଆଇଏଏସ ସ୍ତରରେ ବଦଳି : ଅସିତ ତ୍ରିପାଠୀ ରାଜ୍ୟ ମୁଖ୍ୟ ଶାସନ ସଚିବ ନିଯୁକ୍ତ

ଆଇଏଏସ ସ୍ତରରେ ବଦଳି : ଅସିତ ତ୍ରିପାଠୀ ରାଜ୍ୟ ମୁଖ୍ୟ ଶାସନ ସଚିବ ନିଯୁକ୍ତ

ଭୁବନେଶ୍ୱର, ୧୫/୦୮/୨୦୧୯(ଓଡ଼ିଶା ସମାଚାର)- ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଦାୟିତ୍ୱ ମିଳିବା ପରେ ସେ ସ୍ୱେଛାକୃତ ଅବସର ପାଇଁ ଦରଖାସ୍ତ କରିଚନ୍ତି । ଆସନ୍ତା ୧୯ ତାରିଖରେ ସେ ଏହି ନୂତନ ଦାୟିତ୍ୱ ରେ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ତାଙ୍କ ସ୍ଥାନରେ କିଏ ମୁଖ୍ୟ ଶାସନ ସଚିବ ହେବେ ସେ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସ୍ଥାନରେ ଅସିତ ତ୍ରିପାଠୀଙ୍କୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ମିଳିଛି । ୧୯୮୬ ବ୍ୟାଚ ର ଏହି ବରିଷ୍ଠ ଆଇଏଏସ ଅଧିକାରୀ ବର୍ତମାନ ଗୃହ ବିଭାଗର ପ୍ରମୁଖ ଶାସନ ସଚିବ , ଉନ୍ନୟନ କମିଶନ ଏବଂ କେବିକେ ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ଅଛନ୍ତି । ପ୍ରଦୀପ୍ତ ମହାପାତ୍ର ଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ସୁରେଶ ମହାପାତ୍ର ଙ୍କୁ ଉନ୍ନୟନ କମିଶନର ଭାବେ ଅବସ୍ଥାପିତ କରାଯାଇଛି । ଏଥିସହିତ ତାଙ୍କୁ ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ରୂପେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ଆର ବାଲକ୍ରିଷନ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଭାବେ ଅବସ୍ଥାପିତ କରାଯାଇଛି । ଶ୍ରୀ ମନ୍ଦିର ର ପ୍ରଥମ ଥର ପାଇଁ ଜଣେ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ସୃଷ୍ଟି କରାଯାଇଛି । ଏହାଛଡ଼ା ଶ୍ରୀ ମନ୍ଦିର ର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଙ୍କ ସ୍ଥାନରେ ପୂର୍ତ ସଚିବ କ୍ରିଶନ କୁମାର ଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ତେବେ ଏହା ଆସନ୍ତା ୧୯ ତାରିଖରୁ କାର୍ଯ୍ୟକାରୀ ହେବ ବୋଲି ଜଚ୍ଚାପଡ଼ିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *