ଗରଦପୁର, ୧୪/୦୮/୨୦୧୯(ଓଡ଼ିଶା ସମାଚାର)-ପାଟକୁରା ଥାନା ନିକଟସ୍ଥ ଆଖୁଆ ଗ୍ରାମର ସୁମନ ରାଉତ (୬୦) ଙ୍କର ଆଜି ହୃଦାଘାତରେ ଦେହାନ୍ତ ହୋଇଛି । ମିଳିଥିବା ସୂଚନା ଅନୁସାରେ ସୁମନ ଆଜି ସକାଳେ ନିଜ ବିଲରେ ଯାଇ ଧାନ ତଳି ରୋଇଥିଲେ । ମଧ୍ୟାହ୍ନରେ ଘରକୁ ଆସି ମଧ୍ୟାହ୍ନ ଭୋଜନ ପରେ ପରେ ପୁଣି ବିଲକୁ ଯାଇ ଧାନ ତଳି ରୋଉଥିଲେ । ତାଙ୍କ ପୁଅ ମଧ୍ୟ ସେଠାରେ ଧାନ ତଳି ରୋଉଥିଲେ । ହଠାତ ସୁମନ ସେହି ବିଲ କାଦୁଅରେ ଟଳି ପଡ଼ିଥିଲେ । ତାଙ୍କୁ ତୁରନ୍ତ ପାଟକୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଓଡ଼ିଶା ସମାଚାର