ସାଲେପୁର, ୧୪/୦୮/୨୦୧୯( ଓଡ଼ିଶା ସମାଚାର / ଅଭୟ ଜେନା)- ସାଲେପୁର ପୋଲିସ ଏକାଧିକ ଗ୍ୟାରେଜ ଉପରେ ଚଢ଼ଉ କରି ୩ଜଣ ନାବାଳକକୁ ଉଦ୍ଧାର କରି ତାଙ୍କ ପରିବାର ଜିମା ଦେଇଥିବା ଜଣାଯାଇଛି । ଏବେ ସମଗ୍ର ରାଜ୍ୟରେ ପରୀ-୩ ଅଭିଯାନ ଚାଲିଥିବାବେଳେ ସାଲେପୁର ପୋଲିସ କୁଆଁପାଳ ରୋଡ ରେ ଥିବା ମୁଷୋ ଗ୍ୟାରେଜ ଉପରେ ଚଢ଼ଉ କରି ବଣହରା ଗ୍ରାମର ପରିକ୍ଷୀତ ବେହେରାଙ୍କ ନାବାଳକ ପୁତ୍ର ସତ୍ୟପ୍ରକାଶ ବେହେରା(୧୭), ପାଟପୁର ଗ୍ରାମର କୃଷ୍ଣଚନ୍ଦ୍ର ବେହେରାଙ୍କ ପୁତ୍ର ଗୋପିନାଥ ବେହେରା(୧୭)ଙ୍କୁ ଉଦ୍ଧାର କରିଥିଲେ । ସେହିପରି ଚାରିମାଣିଆ ବଜାରରେ ଥିବା ସନାତନ ଗ୍ୟାରେଜ ଉପରେ ଚଢ଼ଉ କରି ମାହାଙ୍ଗା ଥାନା ଅନ୍ତର୍ଗତ ତ୍ରିବେଣୀଶ୍ୱର ଗ୍ରାମର ପରିକ୍ଷିତ ସାହୁଙ୍କ ପୁତ୍ର ବିଶାଲ ସାହୁ(୧୭)ଙ୍କୁ ଉଦ୍ଧାର କରି ଥାନାକୁ ଆଣିବାପରେ ସମସ୍ତଙ୍କୁ ଲେଖାପଢ଼ା କଲାପରେ ତାଙ୍କ ବାପାମା’ ଜିମା ଦେଇଥିବା ଜଣାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ପରୀ-୩ ଅଭିଯାନରେ ସାଲେପୁର ପୋଲିସ ଅଦ୍ୟାବଧି ଏହି ଅଂଚଳର ୭ରୁ ଉଦ୍ଧ୍ୱର୍ ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି । ଓଡ଼ିଶା ସମାଚାର