ସାଲେପୁର, ୧୪/୦୮/୨୦୧୯( ଓଡ଼ିଶା ସମାଚାର / ଅଭୟ ଜେନା)- ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ସଂପର୍କ ସାହିତ୍ୟ ସଂସଦ ପକ୍ଷରୁ ବର୍ଷାଆସର କବିତାପାଠୋତ୍ସବ ଓ ଆଲୋଚନାଚକ୍ର ସଂପର୍କର କାର୍ଯ୍ୟକାରୀ ସଭାପତି ସମ୍ବାଦିକ ପ୍ରଫୁଲ୍ଲ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସାଲେପୁର ଇଂଲିସ୍ ମିଡ଼ିୟମ ସ୍କୁଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନାଲକୋ ର ବରିଷ୍ଠ ପ୍ରବନ୍ଧକ ଇଂ ତୋଫାନ ଜେନା, ବରେଣ୍ୟ ଅତିଥି ଭାବେ ପ୍ରାଧ୍ୟାପକ ଡ଼ଃ ପୂର୍ଣ୍ଣଚନ୍ଦ୍ର ଓଝା, ମୁଖ୍ୟବକ୍ତା ଭାବେ କବି ଉଦୟ କେଶରୀ ବର୍ମା , ସମ୍ମାନୀତ ଅତିଥି ଭାବେ ଗିତିକବି ବାମଦେବ ସ୍ୱାଇଁ, ପ୍ରାଧ୍ୟାପିକା ଡ଼ଃ ତରୁଲତା ଦେବୀ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସଂସଦର ସଭାପତି ତୁଷାର କାନ୍ତ ମହାନ୍ତି ସ୍ୱାଗତ ଭାଷଣ ଓ ସ୍ୱାଗତ ସଂଗୀତ ଗାନ କରିଥିଲେ । ସଂପର୍କର ସଂପାଦକ କବି ଚନ୍ଦ୍ରମଣୀ ଭୂୟାଁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ଆସନ୍ତା ନୂଆଖାଇ ଦିନ ଅନୁଷ୍ଠିତ ହେବାକୁ ଥିବା ଅନୁଷ୍ଠାନର ୧୭ତମ ବାର୍ଷିକ ଉତ୍ସବର ପ୍ରସ୍ତୁତି ବିଷୟରେ ପ୍ରକାଶ କରିଥିଲେ । କବି ରାଜିବ ଷଢ଼ଙ୍ଗୀଙ୍କ ସଂଯୋଜନାରେ କବିତାପାଠୋତ୍ସବରେ କବି ମାନସୀ ବସ୍ତିଆ, ଘନଶ୍ୟାମ ସାମଲ, ହିମାଂଶୁ ଶେଖର ଦାଶ, ଅଧ୍ୟାପକ କ୍ଷିତୀଶ ଭୂୟାଁ, କୃଷ୍ଣଚନ୍ଦ୍ର ନାୟକ, ଶିବପ୍ରସାଦ ମିଶ୍ର, ଡ଼ଃ ତରୁଲତା ଦେବୀ, ଇଂ ତୋଫାନ ଜେନା, ବାମଦେବ ସ୍ୱାଇଁ, ଉଦୟ କେଶରୀ ବର୍ମା, ରବୀନ୍ଦ୍ରନାଥ ନାୟକ, ସନ୍ତୋଷ କୁମାର ଶତପଥୀ, ସୁଶାନ୍ତ କୁମାର ସାହୁ, ସମ୍ବିତ୍ ଦାସ, ମାନସ ରଂଜନ ଦାଶ, ପ୍ରଶାସକ କବି ସଚ୍ଚି ବେହେରା, ପରିବେଶବିତ୍ ପ୍ରମୋଦ ଦାଶ, ପୂର୍ଣ୍ଣଚନ୍ଦ୍ର ସାହୁ, ଦୟାନିଧି ସାହୁ, ସୈାମ୍ୟରଂଜନ ଭୂୟାଁ, ରାଜିବ୍ ଷଢ଼ଙ୍ଗୀଙ୍କ ସହ ଅର୍ଦ୍ଧଶତାଧିକ କବି ସ୍ୱରଚିତ କବିତା ପାଠ କରିଥିଲେ । ଅନୁଷ୍ଠାନର ଉପସଭାପତି ବିଭୂତି ଭୂଷଣ ପରିଡ଼ା ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରଦୀପ୍ତ କୁମାର ମହାନ୍ତି , ପ୍ରଭାତ କୁମାର ମହାନ୍ତି, ସନ୍ତୋଷ କୁମାର ଶତପଥୀ, ସୈାମ୍ୟରଂଜନ ଭୂୟାଁ, ଆଲୋକ ରାଉତ୍ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର