Friday , January 21 2022
Breaking News
Home / ବିଶେଷ / ଜଳ ସଂପଦ ମୁଖ୍ୟଯନ୍ତ୍ରୀଙ୍କ ମହାନଦୀ ବନ୍ୟାଂଚଳ ପରିଦର୍ଶନ

ଜଳ ସଂପଦ ମୁଖ୍ୟଯନ୍ତ୍ରୀଙ୍କ ମହାନଦୀ ବନ୍ୟାଂଚଳ ପରିଦର୍ଶନ

ନିଶ୍ଚିନ୍ତକୋଇଲି / ସାଲେପୁର ୧୪/୦୮/୨୦୧୯ (ଓଡ଼ିଶା ସମାଚାର/ଅଭୟ ଜେନା) : ମହାନଦୀ ଓ ତାର ଶାଖାନଦୀ ଲୁଣା, କରାଣ୍ଡିଆ ଆଦିରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଦୃଷ୍ଟିରୁ ଜଳ ସଂପଦ ବିଭାଗ , ମୁଖ୍ୟଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ , ଉପରୋକ୍ତ ଅଂଚଳ ଗ୍ରସ୍ତ କରି ବନ୍ଧ ବାଡ଼ର ଦୁର୍ବଳ ସ୍ଥାନ ଆଦି ପରିଦର୍ଶନ କରିବା ସହ ଜରୁରୀ କାଳୀନ ପରିସ୍ଥିତିରେ କିପରି ମୁକାବିଲା କରାଯିବ ଏଥିନେଇ ଆଲୋଚନା କରିବା ସହ ସମସ୍ତେ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟଯନ୍ତ୍ରୀ ଇଂ ସାହୁ ସାଲେପୁର ବ୍ଲକ୍ ର ସାତବାଟିଆ, ବାରବୋଡ଼ିଆ , ବଟେଶ୍ୱର, ନିଶ୍ଚିନ୍ତକୋଇଲି ବ୍ଳକ୍ ର କେନ୍ଦୁପାଟଣା, ବରପଡ଼ା, ନେମାଳ, ନରେନ୍ଦ୍ରପୁର, ମଣ୍ଡନ ଆଦି ଅଂଚଳର ଦୁର୍ବଳ ସ୍ଥାନ ଗୁଡ଼ିକୁ ପରିଦର୍ଶନ କରି ସତର୍କ ଦୃଷ୍ଟି ରଖାଯିବାକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟଯନ୍ତ୍ରୀ ମହାନଦୀର କିଶନନଗର ବାଟଦେଇ ମହାନଦୀ ନଦୀବନ୍ଧ ଅପରାହ୍ନରେ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ କାଳରେ ଅଧୀକ୍ଷଣ ଯନ୍ତ୍ରୀ ବେଲେଶ୍ୱର ନାଥ ସାହୁ , ନିର୍ବାହୀଯନ୍ତ୍ରୀ ଚିତରଂଜନ ଜେନା, କେନ୍ଦୁପାଟଣା ସହକାରୀ ନିର୍ବାହୀଯନ୍ତ୍ରୀ ମନୋଜ ବେହେରା, ସହକାରୀ ଯନ୍ତ୍ରୀ ଅଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଉତରକୂଳ ଷ୍ଟେଟବ୍ୟାଙ୍କ ୨୪ ତାରିଖ ପର୍ଯ୍ୟନ୍ତ ସଟ ଡ଼ାଉନ୍

ତାରପୁର,୨୧/୧/୨୦୨୨ (ଓଡ଼ିଶା ସମାଚାର)- ଗ୍ରାମାଂଚଳରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ସ୍ଥାନୀୟ ଉତରକୂଳ ଠାରେ ଥିବା …

Leave a Reply

Your email address will not be published. Required fields are marked *