ସାଲେପୁର, ୧୪/୦୮/୨୦୧୯(ଓଡ଼ିଶା ସମାଚାର)-ଦିନ ଦ୍ୱିପ୍ରହରରେ ଦୁଇଜଣ ମୋଟରସାଇକେଲ୍ ଆରୋହୀ ଜଣେ ମହିଳାଙ୍କ ବେକରୁ ସୁନାହାର ଲୁଟିନେଇ ଚମ୍ପଟ ମାରିବା ଘଟଣା ସି.ସି.ଟିଭିରେ କଏଦ ହୋଇଥିବା ଦେଖିବାକୁ ମିଳିଛି । ଏହି ଘଟଣା ଘଟିଛି, ଜଗତପୁର ଥାନା ଅଂଚଳରେ । ଗତକାଲି ଦୁଇଜଣ ଯୁବକ ଏକ ନମ୍ବର ବିହୀନ ବାଇକରେ ଆସି ସୁଦିପ୍ତ ଚକ୍ରବର୍ତୀଙ୍କ ପତ୍ନୀ କ୍ରିୟା ଚକ୍ରବର୍ତୀ ଶ୍ରାବଣ ମାସର ଶେଷ ସୋମବାର ହୋଇଥିବାରୁ ଶିବ ମନ୍ଦିରରୁ ପୂଜାର୍ଚ୍ଚନା କରି ଘରକୁ ଫେରୁଥିବା ସମୟରେ ତାଙ୍କ ପଛପଟୁ ଦୁଇଜଣ ଯୁବକ ଏକ କଳା ପଲସରରେ ଆସି ତାଙ୍କ ବେକରୁ ସୁନାହାର ଝାମ୍ପିନେଇ ଦ୍ରୁତଗତିରେ ଫେରାର ହୋଇଯାଇଥିଲେ । ଏହି ଘଟଣା ଘଟିଥିଲା ଚକ୍ରବର୍ତୀଙ୍କ ଘର ସମ୍ମୁଖରେ । ଏଥିନେଇ କ୍ରୀୟା ଚକ୍ରବର୍ତୀ ଜଗତପୁର ଥାନାରେ ଲିଖିତ ଅଭିଯୋଗ କଲାପରେ ଜଗତପୁର ପୋଲିସ ସି.ସି.ଟିଭି କ୍ୟାମେରାକୁ ଆଧାର କରି ତଦନ୍ତ ଆରମ୍ଭ କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଏହି କିଛିଦିନ ହେବ ସାଲେପୁର ଓ ଜଗତପୁର ଥାନା ଅଞ୍ଚଳରେ ଦିନକୁ ଦିନ ଦୁର୍ବୃତମାନେ ରାହାଜାନୀ କରି ଫେରାର ହୋଇଯାଉଥିବାବେଳେ ପୋଲିସ ଏହି ଘଟଣାରେ ଲୁଟେରାମାନଙ୍କୁ ଗିରଫ କରିବାରେ ବିଫଳ ହେଉଛି । ଓଡ଼ିଶା ସମାଚାର