Friday , September 29 2023
Breaking News
Home / ଶିକ୍ଷା / ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ନବାଗତଙ୍କୁ ସ୍ୱାଗତ ଉତ୍ସବ

ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ନବାଗତଙ୍କୁ ସ୍ୱାଗତ ଉତ୍ସବ

ଭୁବନ ୧୪/୦୮/୨୦୧୯(ଓଡ଼ିଶା ସମାଚାର / ସୁଶାନ୍ତ କୁମାର ପୋଥାଳ)-ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷଛାତ୍ରଛାତ୍ରୀ ଙ୍କ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସଯୋଗଦେଇ ରାଷ୍ଟ୍ରଗଠନରେ ଶିକ୍ଷାର ଭୂମିକା ଉପରେ ଆଲୋକପାତ କରିଥିଲେ । ନାରୀମାନେ ଶିକ୍ଷିତ ହେଲେ ଦେଶର ତଥା ସମାଜର ଉନ୍ନତି ହୋଇପାରିବ । ତେଣୁ ଉତମ ସୁଶିକ୍ଷା ଚରିତ୍ରଗଠନ କରିବା ସହିତ ଏକ ମଜବୁତ ରାଷ୍ଟ୍ର ଗଠନରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥରଲେ । ନୂତନ ଶିକ୍ଷା ପଦ୍ଧତି ଅନୁଯାୟୀ ୭୫ ପ୍ରତିଶତ ଉପସ୍ଥାନ,ପରୀକ୍ଷା ପଦ୍ଧତିସଂପର୍କରେ ଡଃ ନମିତା ଦାଶ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ଉପକାରିତା,ଆବଶ୍ୟକତା ଉପରେ ଲେଫ୍ଟନାଂଟ ପ୍ରମିଳା କୁମାରୀ ଦାସ ଅବଗତ କରାଇଥିଲେ । ଜାତୀୟ ସେବା ଯୋଜନା,ୟୁଥ ରେଡକ୍ରସ,ମହିଳା ଆତ୍ମରକ୍ଷା ୟୁନିଟ ସଂପର୍କରେ ଅଧ୍ୟାପକ ପ୍ରଶାନ୍ତ ରାଉତରାୟ,ଅଧ୍ୟାପକ ନିରଂଜନ ନାୟକ ଆଲୋଚନା କରିଥିଲେ । ମହାବିଦ୍ୟାଳୟ କାର୍ଯ୍ୟାଳୟ,ଗ୍ରନ୍ଥାଗାର,ଖେଳକୁଦ ସଂପର୍କରେ ବରିଷ୍ଠ କିରାଣୀ ଶାନ୍ତନୟ ଦାଶ ଅବଗତ କରାଇଥିଲେ । ଶେଷରେ  ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନେ ପ୍ରଥମ ଦିନର ଅଭିଜ୍ଞତା ତଥା ଅନୁଭବ ସଂପର୍କରେ ମତ ଦେବା ସହ  ସେମାନଙ୍କର ପରିଚୟ ଏବଂ ଜୀବନର ଲକ୍ଷ୍ୟ ପ୍ରକାଶ କରିଥିଲେ । ସର୍ବଶେଷରେ ସମସ୍ତଙ୍କର ମଙ୍ଗଳକାମନା କରି ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ସଭା ସାଙ୍ଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *