Monday , June 27 2022
Breaking News
Home / ବିଶେଷ / ବାଲେଶ୍ୱରରେ ପୁଣି ଟ୍ରିପଲ୍ ତଲାକ୍

ବାଲେଶ୍ୱରରେ ପୁଣି ଟ୍ରିପଲ୍ ତଲାକ୍

ବାଲେଶ୍ୱର, ୧୪/୦୮/୨୦୧୯(ଓଡ଼ିଶା ସମାଚାର)-ବାଲେଶ୍ୱର ଜିଲ୍ଲାର ସୋରରେ ବେଆଇନ ତିନି ତଲାକ ମାମଲା ଆସିଛିା ପଠାଣମହଲାର ରେସୋ ଖାତୁନ ନିଜ ସ୍ୱାମୀ ସହିମ ଖାଁ ସରିଅତଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ମହିଳା ଜଣକ ବାଲେଶ୍ୱର ଏସପି ବି ଯୁଗଳ କିଶୋର ଓ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତୀଙ୍କୁ ଭେଟି ଅଭିଯୋଗ କରିଛନ୍ତି । କାର୍ଯ୍ୟନୁଷ୍ଠାନ ପାଇଁ ସୋର ଆଇଆଇସିଙ୍କୁ ନିର୍ଦ୍ଦେଶ ହୋଇଛି । ସୂଚନା ଅନୁସାରେ ଆଗରପଡା ହରିପୁର ଗ୍ରାମର ନାସିରଲ ଖାଁଙ୍କ ଝିଅ ରେସୋକୁ ୪ ବର୍ଷ ପୂର୍ବରୁ ସୋର ମ୍ୟୁନିସିପାଲଟି ପଠାଣମହଲା ଗ୍ରାମର ସହିମ ଆଇନ ଅନୁସାରେ ବିବାହ କରିଥିଲେ । ବିବାହ ସମୟରେ ରେସୋ ବାପ ଘରୁ ନଗଦ ୮୦ ହଜାର ଟଙ୍କା, ସୁନାଗହଣା ଆଣିଥିଲେ । ବିବାହରେ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । କିଛିଦିନ ପର୍ଯ୍ୟନ୍ତ ରେସୋ ଶ୍ୱଶୁର ଘରେ ଭଲରେ ରହିଥିଲେ । ଏହାପରେ ଅଧି ଯୌତୁକ ଦାବିରେ ରେସୋଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା । ଅଭିଯୋଗ ଅନୁସାରେ ସ୍ୱାମୀ ସହିମ ଜଣେ ସମ୍ପର୍କିୟ ଯୁବତୀଙ୍କୁ ପୁଣି ବିବାହ କରିବା ପାଇଁ ମନସ୍ଥ କରି ରେସୋକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ବକରୀଦ ଅବସରରେ ଇଦ ଖର୍ଚ୍ଚ ମାଗିବା ପାଇଁ ନିଜ ସ୍ୱାମୀଙ୍କ ଦୋକାନକୁ ଯାଇ ପୀଡ଼ିତା କିଛି ଟଙ୍କା ମାଗିଥିଲେ । ସେହି ସମୟରେ ପୀଡ଼ିତାଙ୍କ ସ୍ୱାମୀ ଇଦ୍ ଖର୍ଚ୍ଚ ଦେବା ବଦଳରେ ଗାଳିଗୁଲଜ କରି ତିନି ତଲାକ ଦେଇଥିଲେ ବୋଲି ମହିଳା ଜଣକ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ଅର୍ବାନ କୋଅପରେଟିଭ ବ୍ୟାଙ୍କ ନିର୍ବାଚନ –

ବ୍ୟାଙ୍କ ପ୍ରତିଷ୍ଠାତାଙ୍କ ପୁଅ ହେବେ ସଭାପତି କେନ୍ଦ୍ରାପଡ଼ା, ୨୬/୬/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲ୍ଲାରେ ଚାଲିଥିବା ସମବାୟ ନିର୍ବାଚନ ମଧ୍ୟରେ ସବୁଠୁ …

Leave a Reply

Your email address will not be published. Required fields are marked *